Latest Odisha News

ଟ୍ରକ୍ ସହ ପିଟି ହେଲା କାର୍, ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ

ସମ୍ୱଲପୁର: ଅଶୁଭ ହେଲା ସୋମବାର । ଦୁର୍ଘଟଣା ନେଲା ଦୁଇ ଜଣଙ୍କର ଜୀବନ । ଟ୍ରକ୍ ସହ କାର୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ଦୁଇ ଜଣେ । ୫୫ ନମ୍ବର ଜାତୀୟ ରାଜପଥର ସମ୍ୱଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ କୟାକୁଦ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ମୃତାହତଙ୍କର ପରିଚୟ ମିଳି ପାରିନାହିଁ । ମିଳିଥିବା ସୂଚନା ଅନୁସାରେ, ରାଉରକେଲା ଅଞ୍ଚଳରୁ କାର୍ ଯୋଗେ ଚାରି ଜଣ ଭୁବନେଶ୍ୱର ଆସୁଥିଲା । ବିଳମ୍ବିତ ରାତି ପାଖାପାଖି ୩ଟା ବେଳେ କୟାକୁଦ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଏତେ ଜୋରରେ ଦୁର୍ଘଟଣା ହୋଇଥିଲା ଯେ କାରଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି । କ୍ଷତିଗ୍ରସ୍ତ କାର ଦେଖିଲେ ଅନୁମାନ କରାଯାଇପାରେ କେତେବଡ଼ ଦୁର୍ଘଟଣା ଘଟିଛି । ଟ୍ରକକ ଗୋଟିଏ ପାର୍ଶ୍ୱ ବି କ୍ଷତିଗ୍ରସ୍ତ ହୋଇଛି । ପୋଲିସ ଆହତଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲ ସ୍ଥାନାନ୍ତର କରିଛି ।

Leave A Reply

Your email address will not be published.