Latest Odisha News

BREAKING NEWS

ସୂର୍ଯ୍ୟକୁମାର ଯାଦବ ଭାଙ୍ଗିଲେ ଗୌତମ ଗମ୍ଭୀରଙ୍କ ରେକର୍ଡ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟି-ଟ୍ୱେଣ୍ଟି ଜିତିଛି ଭାରତ । ମ୍ୟାଚର ହିରୋ ଥିଲେ ସୂର୍ଯ୍ୟକୁମାର ଯାଦବ । ଅର୍ଦ୍ଧଶତକ ହାସଲ କରିଥିଲେ । ୩୪ ବଲରୁ ପିଟିଥିଲେ ୫୦ ରନ୍ । ତାଙ୍କର ଏହି ଇନିଂସ ବଳରେ ଭାରତ ଶ୍ରୀଲଙ୍କା ଆଗରେ ଦେଇଥିଲା ୧୬୫ ରନ ଟାର୍ଗେଟ୍ । ଅର୍ଦ୍ଧଶତକ ଇନିଂସ ସହ ସୂର୍ଯ୍ୟକୁମାର ଗୌତମ ଗମ୍ଭୀରଙ୍କ ପୁରୁଣା ରେକର୍ଡକୁ କାଟିଛନ୍ତି ।

ଟି-ଟ୍ୱେଣ୍ଟିରେ ପ୍ରଥମ ତିନିଟି ଇନିଂସରେ ସର୍ବାଧିକ ରନ୍ କରିଥିବା ଭାରତୀୟ କ୍ରିକେଟର ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ । ପୂର୍ବରୁ ଗୌତମ ଗମ୍ଭୀର ପ୍ରଥମ ତିନିଟି ମ୍ୟାଚ୍ ଖେଳି ୧୦୯ ରନ୍ କରିଥିଲେ । ଭାରତ ପାଇଁ ବର୍ତ୍ତମାନ ସୁଦ୍ଧା ୪ଟି ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ସୂର୍ଯ୍ୟକୁମାର । ୩ଟି ପାଳିରୁ ୪୬.୩୩ ଆଭରେଜରେ ୧୩୯ ରନ୍ ସଂଗ୍ରହ କରିଛନ୍ତି । ସର୍ବାଧିକ ବ୍ୟକ୍ତିଗତ ସ୍କୋର ୫୭ ରନ୍ ।

ସେହିପରି ସୂର୍ଯ୍ୟକୁମାର ଯାଦବ ତିନିଟି ମ୍ୟାଚରେ ବ୍ୟାଟିଂ କରି ୨ଟି ଅର୍ଦ୍ଧଶତକ ମାରିଛନ୍ତି । ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ ମ୍ୟାଚରେ ଅର୍ଦ୍ଧଶତକ ଇନିଂସ ଖେଳିଥିଲେ । ଗତ ତିନିଟି ମ୍ୟାଚରେ ତାଙ୍କ ବ୍ୟାଟରୁ ୫୭ ରନ୍, ୩୨ ରନ୍ ଓ ୫୦ ରନ୍ ଲେଖାଏ ବାହାରିଛି ।

Leave A Reply

Your email address will not be published.