ସୋନପୁର : ବାଇକ ଓ ଟାଟା ଏସି ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ସୁବର୍ଣ୍ଣପୁର-ବୀରମହାରାଜପୁର ରାସ୍ତାର ମହଦା ନିକଟରେ ଘଟିଛି ଦୁର୍ଘଟଣା । ଆଜି ସଂଧ୍ୟାରେ ବୀରମହାରାଜପୁର ପଟୁ ଏକ ଟାଟା ଏସି ଟାଇଲ ଓ ପାଇପ ନେଇ ଆସୁଥିବା ବେଳେ ସୁବର୍ଣ୍ଣପୁର ପଟୁ ବାଇକରେ ୩ ଜଣ ବ୍ୟକ୍ତି ଆସୁଥିଲେ । ଦ୍ରୁତ ଗତିରେ ଯାଉଥିବା ଟାଟା ଏସି ବାଇକକୁ ମୁହାଁମୁହିଁ ଧକ୍କା ଦେବା ପରେ ରାସ୍ତା କଡରେ ଥିବା ବିଲକୁ ଖସି ପଡିଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ । ଆହତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ବାଇକରେ ଯାଉଥିବା ୩ ଜଣ ସୁବଳୟା ଥାନା ଟିକ୍ରାପଡାର ବୋଲି ଜଣାପଡିଥିବା ବେଳେ, ସେମାନଙ୍କ ପରିଚୟ ମିଳିନାହିଁ ।
BREAKING NEWS
- ସାଧାରଣ ଥଣ୍ଡା ଔଷଧ ଶରୀରରେ ବଢାଇପାରେ କରୋନା ଓ ଫ୍ଲୁ ଭୂତାଣୁ: ଅଧ୍ୟୟନ
- ବିଦେଶୀ ଭୋଟରଙ୍କୁ ନେଇ ରାଜନୀତି ଗରମ: ୬ ରାଜ୍ୟର ତଥ୍ୟ ରଖି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ
- ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ପଦକ୍ଷେପ: ଦଳରୁ ବାହାରିଲେ ଲସିଥ ମାଲିଙ୍ଗା ଏବଂ ପାରସ ମାମ୍ବ୍ରେ
- ଅର୍ଣ୍ଣବ ପ୍ରଭାବ:ବାଘୁଆ ଜଳଭଣ୍ଡାରର ବଢିଲା ଜଳସ୍ତର;୨ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ
- Priyanka’s Karwa Chauth: ବିଦେଶରେ ଦେଶୀ ଗର୍ଲଙ୍କ ଦେଶୀ ଅବତାର, ନିକ୍ଙ୍କ ଲମ୍ବା ଆୟୁଷ ପାଇଁ ରଖିଲେ ବ୍ରତ!
- Abhijit Wanjarri: ଗଡ଼କରୀଙ୍କ ଗଡ଼ରେ କଂଗ୍ରେସର ବାଜିମାତ୍! ନାଗପୁର MLC ଆସନ ଜିତିଲେ ଅଭିଜିତ ୱାନଜାରୀ, ବିଜେପିକୁ ଝଟ୍କା…
- ‘ଓମ୍’ରେ ସିବିଆଇ ଅଫିସର ଭୂମିକାରେ ସାଇ ପଲ୍ଲବୀ
- K9 Vajra-T: ଚୀନ୍-ପାକିସ୍ତାନ ସୀମାରେ ବଢ଼ିବ ଭାରତର ଶକ୍ତି! ସେନାକୁ ମିଳିବ ଆଉ ୩୩୫ ‘K9 ବଜ୍ର’ ତୋପ, ୨୦୦ ହେଲିକପ୍ଟର…
- ଲାଂଚ ନେଇ ଧରାପଡିଲେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର
- ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ, ନେବ କି ବାତ୍ୟା ରୂପ!

Comments are closed.