Latest Odisha News

BREAKING NEWS

ପାକିସ୍ତାନୀ ସ୍ପିନର ୟାସିରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଜଣେ ନାବାଳିକା

ଲାହୋର: ପାକିସ୍ତାନର ସିନିୟର ଲେଗ ସ୍ପିନର ୟାସିର ଶାହଙ୍କ ବିରୋଧରେ ଜଣେ ୧୪ ବର୍ଷୀୟା ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଛି । ଇସଲାମବାଦରେ ୟାସିର ଏବଂ ତାଙ୍କ ସାଙ୍ଗ ଫରହାନଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଫରହାନ ବନ୍ଧୁକ ମୁଣ୍ଡରେ ଲଗାଇ ମୋ ସହିତ ଦୁଷ୍କର୍ମ କରିବା ସହ ଭିଡିଓ ମଧ୍ୟ ଶୁଟ କରିଥିଲେ । ଏ ନେଇ ୟାସିର ସାରଙ୍କୁ ଜଣାଇବାରୁ ସେ କହିଥିଲେ ତାକୁ ନାବାଳିକା ବହୁତ ପସନ୍ଦ । ବହୁତ ବଡ ବଡ ପୋଲିସ ଅଫିସରଙ୍କୁ ମୁଁ ଜାଣିଛି । ତୁମେ ଚାହିଁଲେ ବି କିଛି କରି ପାରିବନି ବୋଲି ୟାସିର ପରୋକ୍ଷରେ ଧମକ ଦେଇଥିଲେ ।

ଏହି ୨ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ କରି ଫଟୋ ଏବଂ ଭିଡିଓ ଉତୋଳନ କରି ବ୍ଲାକମେଲିଂ କରୁଛନ୍ତି ବୋଲି ମହିଳା ଜଣଙ୍କ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ପୀଡିତାଙ୍କ ଡାକ୍ତରୀ ମାଇନା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.