Latest Odisha News

BREAKING NEWS

ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ, ୨ ମୃତ

ପଞ୍ଜାବ : ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣ ଏତେ ଭୟଙ୍କ ଥିଲା ଯେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ୪ଜଣ ଗୁରୁତର ହୋଇପଡିଛନ୍ତି । ଅନେକ ଲୋକ ଆହତ ହେବା ସହ ଭୟରେ ଘଟଣା ସ୍ଥଳରୁ ପଳାଇଛନ୍ତି ।

ହେଲେ ଏହି ବିସ୍ପୋରଣ କାହିଁକି ଓ କିପରି ହେଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହି ବ୍ଲାଷ୍ଟ କୋର୍ଟର ଦ୍ୱିତୀୟ ମହଲାରେ ହୋଇଛି ।ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।

କୋର୍ଟର ଓକିଲ ମାନଙ୍କ ଆନ୍ଦୋଳନ ଚାଲିଥିବାରୁ ଏହି ବ୍ଲାଷ୍ଟ ସମୟରେ ଅଧିକ ସଂଖ୍ୟାକ ଆଇନଜୀବୀ ମାନେ କୋର୍ଟରେ ଉପସ୍ଥିତ ନଥିଲେ ବୋଲି ସୂଚନା ମିଳିଛି । ହେଲେ ଏହି ବିସ୍ପୋରଣ ବମ୍ ପଡିବା ଯୋଗୁଁ ହୋଇଛି । କି ସିଲିଣ୍ଡର ବ୍ଲାଷ୍ଟ କରିଛି ତା ନେଇ ଛାନ୍ଭିନ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.