Latest Odisha News

BREAKING NEWS

କୋହଲିଙ୍କ ଅଧିନାୟକ ପଦରୁ ହଟିବା ବିବାଦ ନେଇ ଗାଙ୍ଗୁଲିଙ୍କୁ ଦୋଷ ଦେଲେ ଭେଙ୍ଗସରକାର

ମୁମ୍ବାଇ:ବିସିସିଆଇ ଓ ବିରାଟ କୋହଲିଙ୍କ ମଧ୍ୟରେ ଉପୁଜିଥିବା ବିବାଦ ନେଇ ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର ସୌରଭ ଗାଙ୍ଗୁଲିଙ୍କୁ ଦାୟୀ କରିଛନ୍ତି । ବିନା କାରଣରେ ଅଧିନାୟକଙ୍କୁ ହଟାଇବା ବିସିସିଆଇର ପୂରୁଣା ଅଭ୍ୟାସ । କୋହଲିଙ୍କ ପ୍ରଦର୍ଶନ ବିଚାରକୁ ନେଲେ ତାଙ୍କୁ ସମ୍ମାନର ସହ ବିଦା କରିବା ଉଚିତ ଥିଲା । ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ । ସେ ଏଥିରେ ମୁଣ୍ଡ ପୂରାଇବା ଉଚିତ ନ ଥିଲା । ଚୟନ କମିଟି ମୂଖ୍ୟ ଅଧିନାୟକ ଏବଂ ଖେଳାଳି ଚୟନ ସମ୍ପର୍କରେ ବୟାନ ଦେଇଥିଲେ ଭଲ ହୋଇଥାନ୍ତା ।

ଭାରତୀୟ କ୍ରିକେଟ ଏବଂ ଦେଶ ପାଇଁ କୋହଲିଙ୍କ ଯୋଗଦାନ ବହୁତ ଅଛି । ବିସିସିଆଇ ଖେଳାଳିଙ୍କୁ ସମ୍ମାନ ଦେବା ଶିଖୁ ବୋଲି ଭେଙ୍ଗସରକାର କହିଛନ୍ତି ।

Leave A Reply

Your email address will not be published.