Latest Odisha News

BREAKING NEWS

ଟ୍ରକ୍-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨ ଜୀବନ୍ତ ଦଗ୍ଧ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ୍ ଓ ବିପରୀତ ଦିଗରୁ ଆସୁଥିବା ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ କୌଣସି କାରଣବଶତଃ ମୁହାଁମୁହିଁ ଧକ୍କା ହୋଇଥିଲା ।

ଯାହା ଫଳରେ ଅଚାନକ ଗାଡିରେ ନିଆଁ ଲାଗିଯିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି ।

ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଉଭୟ ଗାଡି ମଧ୍ୟରେ ଥିବା ଦୁଇ ଜଣ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ଉଭୟଙ୍କ ପରିଚୟ ମିଳିପାରିନଥିବା ବେଳେ ସେମାନେ ଗାଡିର ଡ୍ରାଇଭର କିନୁହେଁ, ସେନେଇ ମଧ୍ୟ କୌଣସି ସ୍ପଷ୍ଟ ମିଳିପାରିନାହିଁ ।

ତେବେ ଉକ୍ତ ଲୁହା ବୋଝେଇ ଟ୍ରକଟି ସମ୍ବଲପୁରରୁ ରେଢାଖୋଲ ଅଭିମୁଖେ ଯାଉଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ । ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.