Latest Odisha News

BREAKING NEWS

ରବି କୁମାରଙ୍କ ସମେତ ୪ ଜଣଙ୍କୁ ବାସନ୍ଦ କଲା ନାଡା

ଭୁବନେଶ୍ୱର: ବିଶ୍ୱକପ୍ ପଦକ ବିଜେତା ତଥା ବନ୍ଧୁକଚାଳକ ରବି କୁମାର ଜାତୀୟ ଡୋପିଂ ନିରୋଧି ସଂସ୍ଥା(ନାଡା)ର ଶୃଙ୍ଖଳାଗତ ପ୍ୟାନେଲ(ଏଡିଡିପି)କୁ ବୁଝାଇବାରେ ବିଫଳ ହେବା ପରେ ନାଡା ପକ୍ଷରୁ ତାଙ୍କୁ ପାଖାପାଖି ୨ ବର୍ଷ ଲାଗି ବାସନ୍ଦ କରାଯାଇଛି ।

ଏନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ଉକ୍ତ ରିପୋର୍ଟ ଅନୁଯାୟୀ ରବିଙ୍କ ମୂତ୍ର ପରୀକ୍ଷା ହେବାପରେ ସେଥିରେ ନିଷିଦ୍ଧ ପ୍ରୋପ୍ରାନୋଲୋଲ୍ ଥିବା ଜଣାପଡିଥିଲା ।

ଗତ ଡିସେମ୍ବର ୫, ୨୦୧୯ ମସିହା ଠାରୁ ଡିସେମ୍ବର ୪, ୨୦୨୧ ଯାଏଁ ରବି କୁମାରଙ୍କୁ ବାସନ୍ଦ କରାଯାଇଛି । ଏହି ଅବଧି ମଧ୍ୟରେ ସେ ଜାତୀୟ ତଥା ଅନ୍ତର୍ଜାତୀୟ ଖେଳରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ରହିବେ ।

ପ୍ରାପ୍ତ ସୂଚନାନୁଯାୟୀ ରବି କୁମାରଙ୍କ ସମେତ ୨୦୧୬ କନିଷ୍ଠ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜୟନୀ ମହିଳା ଭାରୋତ୍ତୋଳକ ପୂର୍ଣ୍ଣିମା ପାଣ୍ଡେ (୮୭ କେଜିରୁ ଉଦ୍ଧ୍ୱର୍) ଓ ମୁଷ୍ଟିଯୋଦ୍ଧା ଦୀପକ ଶର୍ମା(୯୧ କେଜିରୁ ଉଦ୍ଧ୍ୱର୍)ଙ୍କୁ ମଧ୍ୟ ୨ବର୍ଷଙ୍କୁ ୨ବର୍ଷ ଲାଗି ବାସନ୍ଦାଦେଶ ହୋଇଛି ।

ଏହାବ୍ୟତିତ ୨୦୧୭ ରାଜ୍ୟଗୋଷ୍ଠୀ କ୍ରୀଡା ରୋପ୍ୟ ବିଜୟନୀ ମହିଳା ଭାରୋତ୍ତୋଳକ ସୀମା (୭୫ କେଜି) ଓ ଭାରୋତ୍ତୋଳକ ମୁକୁଲ୍ ଶର୍ମାଙ୍କୁ ମଧ୍ୟ ନାଡା ପକ୍ଷରୁ ପ୍ରାୟ ୪ବର୍ଷ ଯାଏଁ ବାସନ୍ଦ କରାଯାଇଛି ।

Leave A Reply

Your email address will not be published.