Latest Odisha News

BREAKING NEWS

ପାରାଦୀପରେ ଜଳିଗଲା ୩ ଦୋକାନ, ବହୁ ସମ୍ପତ୍ତି ନଷ୍ଟ

ପାରାଦୀପ: ପାରାଦୀପ ଅନ୍ତର୍ଗତ ଗେଟ୍ ବଜାର ଅଞ୍ଚଳରେ ଶନିବାର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପାଖାପଖି ୩ଟି ଦୋକନ ଜଳି ଧୂଳିସାତ ହୋଇପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ଭୋରରୁ କୌଣସି କାରଣବଶତଃ ଏହି ବଜାରରେ ଅଚାନକ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଏଥିଯୋଗୁଁ ପାଖାପାଖି ୩ଟି ବଜାର ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିଲା । ସୌଭାଗ୍ୟବଶତଃ ନିକଟରେ ଥିବା ଅନ୍ୟଦୋକାନ ଗୁଡିକୁ ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଅଘଟଣରେ ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଏଯାବତ୍ ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିନଥିବା ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି ।

Leave A Reply

Your email address will not be published.