Latest Odisha News

BREAKING NEWS

ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ରେସରେ ଆଗରେ ସୁରେଶ ମହାପାତ୍ର

ଭୁବନେଶ୍ୱର: ନୂଆବର୍ଷରେ ରାଜ୍ୟରେ ନିଯୁକ୍ତ ହେବେ ନୂଆ ମୁଖ୍ୟ ଶାସନ ସଚିବ । ଅସିତ ତ୍ରିପାଠୀଙ୍କ ପରେ କାହାକୁ ମିଳିବ ଏହି ପଦବୀ ? ଏନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ରେସରେ ଆଗରେ ଅଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର । ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଛି ।

ତାଙ୍କ ପରେ କିଏ ହେବେ ମୁଖ୍ୟ ଶାସନ ସଚିବ ସେନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ୧୯୮୬ ବ୍ୟାଚ୍ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର । ଅସିତ ତ୍ରିପାଠୀଙ୍କ ପରେ ରାଜ୍ୟ ପ୍ରଶାସନରେ ଦ୍ୱିତୀୟ ବରିଷ୍ଠ ଅଧିକାରୀ ।

ଯଦିଓ ତାଙ୍କଠାରୁ ବରିଷ୍ଠ ୧୯୮୫ ବ୍ୟାଚ୍ ଆଇଏଏସ୍ ଉପେନ୍ଦ୍ର ପ୍ରସାଦ ସିଂହ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଉପେନ୍ଦ୍ରଙ୍କ କାର୍ଯ୍ୟକାଳ୨୦୨୨ ମସିହା ଅକ୍ଟୋବର ମାସରେ ଶେଷ ହେଉଛି । ତେଣୁ ଉପେନ୍ଦ୍ର ପ୍ରସାଦ ସିଂହ ଏହି ରେସରେ ନଥିବା କୁହାଯାଉଛି ।

ସୁରେଶ ମହାପାତ୍ରଙ୍କ ୨୦୨୨ ଫେବ୍ରୁଆରୀରେ ଅବସର ଗ୍ରହଣ କରିବେ । ତାପୂର୍ବରୁ ତାଙ୍କୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବରେ ଅବସ୍ଥାପିତ କରିପାରନ୍ତି ସରକାର । ସେହିପରି ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ରାଜେଶ ବର୍ମାଙ୍କ ନାଁ ବି ରେସରେ ରହିଛି ।

ରାଜେଶ ବର୍ମା

ସେ ୨୦୧୯ରୁ କେନ୍ଦ୍ରୀୟ ଡେପୁଟେସନରେ ଥିବା ବେଳେ କୃଷି ମନ୍ତ୍ରାଳୟ ସ୍ୱତନ୍ତ୍ର ସଚିବ ଅଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ବି ଥିଲେ ରାଜେଶ ବର୍ମା । ତାଙ୍କର ଚାକିରି କାର୍ଯ୍ୟକାଳ ଆହୁରି ୪ବର୍ଷ ରହିଛି । ତେବେ ଏସବୁ ଭିତରେ କାହା ନାଁରେ ମୋହର ମାରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାକୁ ଅପେକ୍ଷା ।

Leave A Reply

Your email address will not be published.