କଟକ: ଗାଧୋଇବାବେଳେ କଟକ କାଠଯୋଡିରେ ବୁଡି ୨ ଇଞ୍ଜିନିୟର ନିଖୋଜ ଘଟଣା । ତେବେ ରବିବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଇଞ୍ଜିନିୟର୍ ହେଲେ ରୁତିକେସ ମାତାଲ (୨୫) ଏବଂ ଋତିକ୍ ବ୍ରିଜନେ (୨୫) । ଉଭୟ ମହାରାଷ୍ଟ୍ରର ବାସିନ୍ଦା ବୋଲି ସୂଚନାରୁ ଜଣାପଡ଼ିଛି ।
ତେବେ ସିଡିଏସ୍ଥିତ ବୀରେନ ମିତ୍ର ପାର୍କ ନିକଟରେ ଏହି ଦୁଇ ଯୁବ ଇଞ୍ଜିନିୟର ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ହଠାତ୍ ଗୋଡ ଖସିଯିବାରୁ ଉଭୟ ବୁଡିଯାଇଥିଲେ । ପରେ ବହୁ ଖୋଜାଖୋଜି ପରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି କଟକ ଅଗ୍ନିଶମ କର୍ମଚାରୀ । ତେବେ ଗତକାଲି ରୁତିକେସ୍ଙ୍କ ମୃତଦେହ ମିଳିଥିବାବେଳେ ଆଜି ଋତିକ୍ଙ୍କ ମୃତଦେହ ମିଳିଛି ।
ଉଭୟଙ୍କୁ ଏଲ୍ ଆଣ୍ଡ ଟି କମ୍ପାନୀ ଦ୍ୱାରା ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ କ୍ୟାମ୍ପସର ନବୀକରଣ କାର୍ଯ୍ୟ ପାଇଁ ଉଭୟଙ୍କୁ ନିଯୁକ୍ତ କରାଯାଇଥିଲା ।
Comments are closed.