Latest Odisha News

[ଦେଖନ୍ତୁ ଭିଡିଓ] ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ, ଅନ୍ଧାରରେ ଚାଲିଛି ଖାତା ମୂଲ୍ୟାୟନ ଓ ପରୀକ୍ଷା

ନବରଙ୍ଗପୁର: ପରୀକ୍ଷା ଅନ୍ଧାରରେ, ଖାତା ଦେଖା ଚାଲିଛି ମୋବାଇଲ୍ ଲାଇଟରେ । ନବରଙ୍ଗପୁର ମହାବିଦ୍ୟାଳୟରେ ମୋବାଇଲ୍ ଲାଇଟରେ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଦେଖା ଚାଲିଛି । ମାତୃଭାଷା ଓଡ଼ିଆ ଏବଂ ଅର୍ଥନୀତି ଖାତାକୁ ଅଧ୍ୟାପକ ମାନେ ମୋବାଇଲର ଲାଇଟ୍ ମାରି ମୂଲ୍ୟାଙ୍କନ କରୁଛନ୍ତି । ସେପଟେ ଯୁକ୍ତ ତିନି ପ୍ରଥମ ବର୍ଷର ଅନର୍ସ ପରୀକ୍ଷା ହୋଇଛି ସେହି ଅନ୍ଧାରରେ । ୩ଟି ମହାବିଦ୍ୟାଳର ୫୧୫ ଜଣ ପରୀକ୍ଷାର୍ଥୀ ଅନ୍ଧାରରେ ୩ ଘଣ୍ଟା ଧରି ଲେଖିଛନ୍ତି ଉତ୍ତର ।

ଗତ ୧୦ ଦିନ ହେଲା ନବରଙ୍ଗପୁର ମହାବିଦ୍ୟାଳୟରେ ବିଦ୍ୟୁତ୍ ନାହିଁ । ବିଦ୍ୟୁତ୍ ସଂଯୋଗ ତାର ଛିଡ଼ି ଯାଇଥିବା ବେଳେ ୩ଟି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିଛି । ଏନେଇ ବିଦ୍ୟୁତ ବିଭାଗକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇଛନ୍ତି । ହେଲେ ପରୀକ୍ଷା ଓ ମୂଲ୍ୟାୟନ ଚାଲିଥିଲେ ସୁଦ୍ଧା ପୁନଃ ପୂର୍ଣ୍ଣ ବିଦ୍ୟୁତ୍ ସଂଯୋଗ ହୋଇପାରିନି । ଏବେ ମହାବିଦ୍ୟାଳୟରେ ଯୁକ୍ତ ତିନି ପରୀକ୍ଷା ସାଙ୍ଗକୁ ଯୁକ୍ତ ଦୁଇ ଶେଷ ବର୍ଷର ଖାତା ମୂଲ୍ୟାୟନ ଚାଲିଛି ।

ଆଗକୁ ପୁଣି ପରୀକ୍ଷା ଅଛି, ପରୀକ୍ଷାର୍ଥୀ ମାନେ ଅନ୍ଧାର ଭିତରେ କେମିତି ପରୀକ୍ଷା ଦେବେ ସେନେଇ ଆମେ ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଭେଟିଥିଲୁ ।  ବିଦ୍ୟୁତ୍ ବିଭ୍ରାଟ କାରଣରୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିବା ସହ ସବୁ କିଛି ଠିକ୍ ଚାଲିଥିବା କହିଛନ୍ତି ଅଧ୍ୟକ୍ଷ । ଜିଲ୍ଲା ମୁଖ୍ୟାଳୟରେ ଅନ୍ଧାର ଭିତରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଚାଲିଛି । ତୁରନ୍ତ ଏଥିପ୍ରତି ବିଦ୍ୟୁତ୍ ବିଭାଗ ସହ ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ଭୁଲ୍ ନଥାଇ ଫଳ ଭୋଗି ପାରନ୍ତି ଛାତ୍ରଛାତ୍ରୀ ।

Leave A Reply

Your email address will not be published.