Latest Odisha News

BREAKING NEWS

ଆସନ୍ତାକାଲି ଯୋଗ ଦିବସକୁ ସଫଳ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଯୋଗ ଦିବସକୁ ସଫଳ କରିବା ଏବଂ ଯୋଗକୁ ଅଧିକ ଲୋକପ୍ରିୟ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି; “ଆସନ୍ତାକାଲି, ୨୧  ଜୁନ୍ ଅନ୍ତର୍ଜାତୀୟ ଯୋଗ ଦିବସ ।  ‘ମାନବିକତା ପାଇଁ ଯୋଗ’ ବିଷୟବସ୍ତୁ ଦ୍ୱାରା ଅନୁପ୍ରାଣିତ ହୋଇ ଆସନ୍ତୁ ଏହି ଯୋଗ ଦିବସକୁ ସଫଳ କରିବା ଏବଂ ଯୋଗକୁ ଅଧିକ ଲୋକପ୍ରିୟ କରିବା ।”

ଏଠାରେ ସୂଚନାଯୋଗ୍ୟ ଯୋଗ ଦିବସକୁ ବିଶ୍ବର ବିଭିନ୍ନ ଦେଶରେ ପାଳନ କରାଯାଉଛି । ଭାରତରେ ମଧ୍ୟ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରୀ ବିଭିନ୍ନ ସ୍ଥାନରେ ଯୋଗଦିବସରେ ଯୋଗଦେବେ । ପତଞ୍ଜଳି ପକ୍ଷରୁ ମଧ୍ୟ ସାରା ଦେଶର ବିଭିନ୍ନ ଜିଲ୍ଲାଠୁ ଆରମ୍ଭ କରି ପ୍ରତି ବ୍ଲକରେ ଯୋଗଦିବସ ପାଳନ କରାଯିବାକୁ ବାବା ରାମଦେବ ଘୋଷଣା କରିଛନ୍ତି ।

Leave A Reply

Your email address will not be published.