Latest Odisha News

ମୁମ୍ବାଇର ସିଦ୍ଧବିନାୟକ ମନ୍ଦିରରେ ଅଭିନେତ୍ରୀ କ୍ରିତି ସାନନ୍, ଭିଡିଓ ହେଲା ଭାଇରାଲ

ହାଇଦ୍ରାବାଦ: ମୁମ୍ବାଇର ସିଦ୍ଧବିନାୟକ ମନ୍ଦିରରେ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ କ୍ରିତି ସାନନ୍ । ନିକଟରେ ଚଳଚ୍ଚିତ୍ର ‘ମିମି’ ପାଇଁ କ୍ରିତି ସାନନଙ୍କୁ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପରେ କ୍ରିତି ସାନନ୍ ସର୍ବପ୍ରଥମେ ଗଣପତି ବାପ୍ପାଙ୍କୁ ଦର୍ଶନ କରି ଧନ୍ୟବାଦ ଜଣାଇଛନ୍ତି । ମନ୍ଦିରରେ କ୍ରିତି ସାନନଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

BjdElectrycity

ସୂଚନା ଅନୁସାରେ, କ୍ରିତି ସାନନ୍ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରେ ପହଞ୍ଚି ପ୍ରଭୁ ଗଣେଶଙ୍କ ଦର୍ଶନ କରିଛନ୍ତି । ଏହି ସମୟରେ ତାଙ୍କ ବାପାମାଆ ଏବଂ ସାନ ଭଉଣୀ ନୁପୁର ସାନନ୍ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ କ୍ରିତି ସାନନ୍ ହଳଦିଆ ରଙ୍ଗର ସୁଟ୍ ଏବଂ ସାଲୱାର ପିନ୍ଧିଛନ୍ତି । ସିଦ୍ଧବିନାୟକ ମନ୍ଦିରରେ ପ୍ରାର୍ଥନା କରିବା ପରେ ସେ ବାହାରକୁ ଆସି ପାପାରାଜି ଏବଂ ସେଠାରେ ଉପସ୍ଥିତ ଲୋକଙ୍କୁ ପ୍ରସାଦ ବଣ୍ଟନ କରିଥିଲେ । ଏହାପରେ କ୍ରିତି ତାଙ୍କ ପିତାମାତା ଏବଂ ଭଉଣୀଙ୍କ ସହ କ୍ୟାମେରା ପାଇଁ ପୋଜ୍ ଦେଇଥିଲେ । କେବଳ ଏତିକି ନୁହେଁ, ସେ ଖୁସିରେ ରାସ୍ତାର ପିଲାମାନଙ୍କ ସହିତ ଅନେକ ଫଟୋ କ୍ଲିକ୍ କରିଥିଲେ ।

 

View this post on Instagram

 

A post shared by Viral Bhayani (@viralbhayani)

ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେତାଙ୍କ ନାଁ ଘୋଷିତ ହୋଇଛି । ୩୧ ବର୍ଗର ଫିଚର ଚଳଚ୍ଚିତ୍ର, ୨୪ ବର୍ଗ ନନ-ଫିଚର ଚଳଚ୍ଚିତ୍ର ଏବଂ ତିନୋଟି ଶ୍ରେଷ୍ଠ ଶ୍ରେଣୀ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ପୁଷ୍ପା ପାଇଁ ଶ୍ରେଷ୍ଠ ଅଭିନେତା ଆୱାର୍ଡ ଅଲ୍ଲୁ ଅର୍ଜୁନ, ଗଙ୍ଗୁବାଇ କାଠିଆୱାଡି ପାଇଁ ଆଲିଆ ଭଟ୍ଟ, ମିମି ପାଇଁ କ୍ରିତି ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ପ୍ରଦାନ କରାଯିବ । ତେବେ ଆଦିପୁରୁଷ ପରେ କ୍ରିତି ଶୀଘ୍ର ଟାଇଗର ଶ୍ରଫଙ୍କ ସହ ଫିଲ୍ମ ‘ଗଣପତ’ରେ ନଜର ଆସିବେ ।

 

Leave A Reply

Your email address will not be published.