Latest Odisha News

BREAKING NEWS

ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ

ଭୁବନେଶ୍ବର: ରବିବାର ହୀରାକୁଦ ଜଳଭଣ୍ଡାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଥିଲା । ହେଲେ ଉପର ମୁଣ୍ଡରେ ବର୍ଷାର ପରିମାଣ ନିୟନ୍ତ୍ରଣ ଥିବା ବେଳେ ଗତକାଲି ୨ଟି ଗେଟ୍ ବନ୍ଦହୋଇଥିବା ବେଳେ ପରେ ଆଉ ୪ଟି ଗେଟ୍ ବନ୍ଦ କରାଯାଇଥିଲା । ଆଜି ପୁଣି ୨ଟି ଗେଟ୍ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ । ଏବେ ହୀରାକୁଦର ମୋଟ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ । ଅନ୍ୟପଟେ ହୀରାକୁଦର ଗେଟ୍ ବନ୍ଦ ଦ୍ବାରା କଟକ ମୁଣ୍ଡଳୀରେ ମଧ୍ୟ ଜଳସ୍ତର ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

ତେବେ ରବିବାର ମୋଟ ୨୦ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ସ୍ଥିତିରେ ସୁଧାର ଯୋଗୁଁ ଗେଟଗୁଡିକୁ ଧୀରେ ଧୀରେ ବନ୍ଦ କରାଯାଉଛି । ବର୍ତ୍ତମାନ ମୋଟ ୧୨ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ବାମ ପାର୍ଶ୍ବରେ ୮ଟି ଦକ୍ଷିଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ଜଳ ପ୍ରବାହିତ ହେଉଛି ।

ତେବେ କହିରଖୁଛୁ, ରବିବାର ସକାଳ ସାଢ଼େ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁଯାୟୀ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଥମେ ବାମ ପାର୍ଶ୍ବର ୭ ନମ୍ବର ଗେଟ୍‌ ଖୋଲାଯାଇଥିଲା। ତାପରେ ତାକୁ ମିଶାଇ ବାମ ପାର୍ଶ୍ବର ୫ଟି ଓ ଡାହାଣ ପାର୍ଶ୍ବର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଥିଲା। ତାପରେ ବାମ ପାର୍ଶ୍ବର ୯ଟି ଓ ଡାହାଣ ପାର୍ଶ୍ବର ୪ଟି ଗେଟ୍‌ ଖୋଲାଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ତିନୋଟି ପର୍ଯ୍ୟାୟରେ ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହୋଇଥିଲା ।

Comments are closed.