Latest Odisha News

BREAKING NEWS

ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ନାରାୟଣପୁର: ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ। ଛତିଶଗଡ଼ ନାରାୟଣପୁର ସୀମାନ୍ତ କୋଣ୍ଡାଗାଁରେ ଏନ୍‌କାଉଣ୍ଟର। ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ସହ AK-47 ଜବତ ହୋଇଛି। ଏନକାଉଣ୍ଟର ନେଇ ସୂଚନା ଦେଲେ ବସ୍ତର ଆଇଜି।

କୋଣ୍ଡାଗାଁରେ ପୋଲିସ ଓ ମାଓବାଦୀ ମଧ୍ୟରେ ଭୀଷଣ ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ପୂର୍ବ ବସ୍ତର ମାଓ ସଙ୍ଗଠନର DVCM କ୍ୟାଡର ମାଓବାଦୀ ହଳଧର ଏବଂ ACM କ୍ୟାଡର ମାଓବାଦୀ ରାମେଙ୍କର ମୃତ୍ୟୁ ହୋଇଛି। ଏହି ୨ ମାଓବାଦୀଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ପୁରସ୍କାର ଥିଲା।

ଘଟଣାସ୍ଥଳରୁ ଗୋଟିଏ AK47 ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ। ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। DRG ଜବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ଏହି ସଫଳତା ମିଳିଛି। ଏନକାଉଣ୍ଟର ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି।

Comments are closed.