Latest Odisha News

BREAKING NEWS

କେରଳ ହାତୀ ମୃତ୍ୟୁ ଘଟଣା: ଜଣେ ଗିରଫ

କୋଚି: କେରଳରେ ଏକ ଗର୍ଭବତୀ ହାତୀର ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି ।

ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ, ଏକ ଘରୋଇ ଫସଲ ଏବଂ ମସଲା କମ୍ପାନୀର କର୍ମଚାରୀ । ଏହି ମାମଲାରେ ଅଧିକ ଗିରଫ ହେବା ନେଇ ଜଙ୍ଗଲ ମନ୍ତ୍ରୀ କେ ରାଜୁ ସୂଚନା ଦେଇଛନ୍ତି।

ଏହି ଦୁଇ ଜଣ ପୋଲିସକୁ କହିଛନ୍ତି ଯେ ସେମାନେ ବଣୁଆ ଘୁଷୁରୀକୁ ଭୟଭୀତ କରିବା ପାଇଁ ବାଣ ଭର୍ତ୍ତି ଫଳ ସହିତ ଏକ ଜାଲ ବିଛାଇ ରଖିଥିଲେ । ଯାହା ପ୍ରାୟତ ସେମାନଙ୍କ ଚାଷଜମିକୁ ନଷ୍ଟ କରିଦିଏ ।

ହାତୀ ଫଳ ଖାଇବା ପରେ ନିକଟସ୍ଥ ନଦୀକୁ ପଶି ଯାଇ ଦୁଇ ଦିନ ପରେ ନଦୀ ଭିତରେ ଠିଆ ହୋଇଥିବା ବେଳେ ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ବିରୋଧ କରିବା ସହ ନିନ୍ଦା କରିଥିଲେ ।

Leave A Reply

Your email address will not be published.