Latest Odisha News

BREAKING NEWS

ଗଞ୍ଜାମରେ ବୋମା ବିସ୍ଫୋରଣ; ୩ ଗୁରୁତର ଆହତ

ଆସିକା: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କବିସୂର୍ଯ୍ୟନଗର ଥାନା ନିକଟସ୍ଥ ନୂଆପଲ୍ଲୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ବିଲରେ ପୋଖରୀ ଖୋଳା ହେଉଥିବା ବେଳେ କୌଣସି କାରଣବଶତଃ ବୋମା ବିସ୍ଫୋରଣ ଘଟିବାରୁ ପ୍ରାୟ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଆହତ ମାନଙ୍କର ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ସେମାନଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୁତ୍ରରୁ ପ୍ରକାଶ ଯେ ଶୁକ୍ରବାର ସକାଳେ ଉକ୍ତ ବିଲରେ ଶ୍ରମିକମାନେ ନିୟୋଜିତ ହୋଇ ପୋଖରୀ ଖୋଳୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ହେଲେ ଉକ୍ତ ସ୍ଥାନରେ କିଏ ଏବଂ କେଉଁ କାରଣରୁ ସେଠାରେ ବୋମା ରଖିଥିଲା ସେନେଇ କାରଣ ଅସ୍ପଷ୍ଟ ।
ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.