Latest Odisha News

BREAKING NEWS

ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ , ୨ ଅଟକ

ନବରଙ୍ଗପୁର: ଯାତ୍ରୀବାହୀ ବସ​‌ରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ବସରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଧରିବାରେ ସଫଳ ହୋଇଛି ନବରଙ୍ଗପୁର ଜିଲ୍ଲା ମଇଦଲପୁର ପୋଲିସ।

ଅଭିଯୁକ୍ତ ମାନେ ଦାମଞ୍ଜଡି ଅଞ୍ଚଳର ସୁଷମା ଗୁଣ୍ଠା ଏବଂ ବିହାରର ନନ୍ଦ କୁମାର ବୋଲି ଜଣାପଡିଛି । ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ବର୍ତ୍ତମାନ ଥାନାରେ ଅଟକ ରଖାଯାଇଛି ।

ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ଦାମଞ୍ଜଡିରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବୁଲବୁଲ୍ ନାମକ ଏକ ଘରୋଇ ବସରେ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ମଇଦଲପୁର ପୋଲିସ। ପରେ ଗାଡିଟିକୁ ମଇଦଲପୁର ଫାଣ୍ଡି ନିକଟରେ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରୁ ବାହାରିଥିଲା ୩୦ କିଲୋରୁ ଉର୍ଦ୍ଧ ଗଞ୍ଜେଇ ।

ତେବେ ଗାଡ଼ିର ଲଗେଜ ବକ୍ସରେ ୩ ଗୋଟି ବ୍ୟାଗକୁ ରଖିଥିଲେ ଚାଲାଣକାରୀ । ଗାଡ଼ିର ଯାଞ୍ଚ ସରିବା ପରେ ସମସ୍ତ ଯାତ୍ରୀଙ୍କୁ ଅନ୍ୟଏକ ଗାଡ଼ିରେ ପଠାଇଥିଲା ମଇଦଲପୁର ପୋଲିସ।

 

Leave A Reply

Your email address will not be published.