Latest Odisha News

BREAKING NEWS

ସଲମାନଙ୍କ ପୂର୍ବତନ ପ୍ରେମିକାଙ୍କ ଚାଂଚଲ୍ୟକର ବୟାନ: ୫ ଓ ୯ରେ ଯୌନ ଶୋଷଣ, ୧୪ରେ ଦୁଷ୍କର୍ମ କରାଯାଇଥିଲା

ମୁମ୍ବାଇ: ସଲମାନ ଖାଁଙ୍କ ପୂର୍ବତନ ପ୍ରେମିକା ସୋମି ଅଲୀ ଶୁକ୍ରବାର ଚାଂଚଲ୍ୟକର ବୟାନ ଦେଇଛନ୍ତି । ନୋ ମୋର ଟିୟର୍ସ ନାମକ ଏନଜିଓ ଚଳାଉଥିବା ସୋମି କହିଛନ୍ତି ପାକିସ୍ତାନରେ ଥିବା ବେଳେ ୫ ଓ ୯ ବର୍ଷ ବୟସରେ ମୋତେ ଯୌନ ନିର୍ଯ୍ୟାତନା ଦିଆଯାଇଥିଲା । ୧୪ ବର୍ଷ ବୟସରେ ମୋ ସହିତ ଦୁଷ୍କର୍ମ କରାଯାଇଥିଲା । ବାପାମାଆଙ୍କୁ ଏ ବିଷୟରେ କହିଥିଲେ, ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ତେବେ ବାରମ୍ବାର ମୋତେ ବୁଝାଇଥିଲେ ଏ ବିଷୟରେ ଅନ୍ୟ କାହାକୁ ନ କହିବା ପାଇଁ । ମୋତେ ଲାଗୁଥିଲା ସତେ ଯେପରି ମୁଁ ଭୁଲ କରିଛି ।

BjdElectrycity

ସେତେବେଳେ ମୋ ପାଇଁ ଲଢ଼ିବା ପାଇଁ କେହି ନ ଥିଲେ । ଏବେ କିନ୍ତୁ ଅନ୍ୟମାନଙ୍କ ପାଇଁ ଲଢ଼ିବାକୁ ମୁଁ ଅଛି ବୋଲି ସୋମୀ କହିଛନ୍ତି । ଏହି ଅବସରରେ ସେ ସଲମାନଙ୍କୁ ଭଲ ପାଉଥିବା କଥା ମଧ୍ୟ ସ୍ୱୀକାର କରିଥିଲେ । ଐଶ୍ଚର୍ଯ୍ୟ ରାୟଙ୍କ ସହ ସଲମାନ ନିକଟତର ହେବା ପରେ ମୁଁ ଦୂରେଇ ଯାଇଥିଲି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.