ଶ୍ରୀନଗର: ଜାମ୍ମୁ-କାଶ୍ମୀର ନେତା ମିରୱାଇଜ ଫାରୁକଙ୍କ ହତ୍ୟା ଘଟଣାର ୩୩ ବର୍ଷ ପରେ ଧରାପଡ଼ିଲେ ଅପରାଧି। ଦୁଇ ଜଣ ହିଜବୁଲ ଆତଙ୍କବାଦୀଙ୍କୁ ଗିରଫ କଲା ଜାମ୍ମୁ-କାଶ୍ମୀର ପୁଲିସ। ୧୯୯୦ ମସିହା ମେ’ ୨୧ ତାରିଖରେ ଫାରୁକଙ୍କୁ ହତ୍ୟା କରାଯାଇଥିଲା। ଘଟଣାର ୩୩ ବର୍ଷ ପରେ ପୁଲିସ୍ ୨ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଏନେଇ ଜମ୍ମୁ-କଶ୍ମୀରର ସ୍ପେଶାଲ ସିଆଇଡି ଡିଜି ଆରଆର ସ୍ୱାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୂରା ହତ୍ୟାକାଣ୍ଡରେ ୫ ଅଭିଯୁକ୍ତ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅବଦୁଲ୍ଲା ବାଙ୍ଗାରୋ ଓ ତା’ର ସହଯୋଗୀ ଏବି ରେହମାନ ଶିଗାନ ଏନକାଉଣ୍ଟରରେ ନିହତ ହୋଇଥିଲେ। ୪ ଜଣ ଫେରାର ଥିଲେ।
ସେହିପରି ଆଉ ଜଣେ ଅଭିଯୁକ୍ତ ଆୟୁବ ଧାରକୁ ଜମ୍ମୁ-କଶ୍ମୀର ଟାଡା କୋର୍ଟ ୨୦୧୦ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଜାଭେଦ ଭଟ ଓରଫ ଅଜମତ ଖାନ ଓ ଜହୋର ଭଟ ଓରଫ ବିଲାଲ ଘଟଣା ପରଠାରୁ ଫେରାର ଥିଲେ। ଜହୋର ହିଁ ମିରୱାଇଜଙ୍କ ବେଡରୁମରେ ଫସି ଗୁଳି ମାରିଥିଲା ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ଏବେ ସେମାନଙ୍କୁ ଗିରଫ କରାଯାଇଛି। ଫଳରେ ଘଟଣାରେ ସମସ୍ତ ୫ ଅଭିଯୁକ୍ତ ଏବେ ଆଇନ ହାତରେ ଧରାପଡ଼ିଛନ୍ତି। ଦୁଇ ଅଭିଯୁକ୍ତ ବର୍ତ୍ତମାନ ଠାରୁ ଟ୍ରାଏଲର ସମ୍ମୁଖୀନ ହେବେ ବୋଲି ଡିଜି ସୂଚନା ଦେଇଛନ୍ତି।
Comments are closed.