Latest Odisha News

BREAKING NEWS

ଜମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ପୁଲୱାମା ଆକ୍ରମଣର ୨ ମାଷ୍ଟରମାଇଣ୍ଡ ନିହତ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପୁଲୱାମା ଜିଲ୍ଲାରେ ଗତ ଫେବ୍ରୃାରୀ ୧୪ ତାରିଖରେ ହୋଇଥିବା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ନିହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ସେନା ଏନକାଉଣ୍ଟରେ ପୁଲୱାମା ଆକ୍ରମଣରେ ସମ୍ପୃକ୍ତ ଦୁଇ ମାଷ୍ଟରମାଇଣ୍ଡ୍ ଆତଙ୍କବାଦୀ କାମରାନ ଓ ଗାଜି ରସିଦ୍ ମୃତ୍ୟୁ ବରଣ କରିଥିବା ନେଇ ସୁତ୍ରରୁ ପ୍ରକାଶ । ତେବେ ଏନେଇ ସେନା ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଆହୁରି ମଧ୍ୟ ଆତଙ୍କବାଦୀମାନେ ଲୁଚି ରହିଥିବା ଏକା କୋଠାକୁ ଭାରତୀୟ ସେନା ବିସ୍ଫୋରଣରେ ଉଡ଼ାଇ ଦେଇଥିବା ଜଣାପଡ଼ିଛି।

ସୂଚନାହଯାଗ୍ୟ, ଗତକାଲି ବିଳମ୍ବିତ ରାତିରେ ପୁଲୱାମା ଜିଲ୍ଲାର ପିଙ୍ଗ୍ଲାନ୍ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ପୁଣି ମୁହାଁମୁହିଁ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ମେଜରଙ୍କ ସହିତ ସେନାର ୪ ଜଣ ଯବାନ ସହିଦ ହୋଇଥିଲେ । ସହିଦ ହୋଇଥିବା ଯବାନ ମାନେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.