Latest Odisha News

BREAKING NEWS

ପୁଲୱାମା ଆକ୍ରମଣ ପ୍ରତିବାଦରେ ଆଜି ବନ୍ଦ ରହିଲା ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ

ଭୁବନେଶ୍ୱର : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ମଙ୍ଗଳବାର ଦିନ ସମଗ୍ର ଦେଶରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇନଥିବା ଦେଖିବାକୁ ମିଳିଛି ।

ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମସ୍ତ ୪୦ ଜଣ ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ପୂର୍ବକ ତଥା ପାକିସ୍ତାନ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରି ଆଜି ଅଲ ଇଣ୍ଡିଆ ଟ୍ରେଡ଼ର୍ସ (ସିଆଇଏଟି) ର ମିଳିତ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନକୁ ସଫଳ କରିବା ପାଇଁ ଦେଶର ସମସ୍ତ ଛୋଟ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ଏହି ଡ଼ାକରାକୁ ସମର୍ଥନ କରି ବିଭିନ୍ନ ବ୍ୟବସାୟୀମାନେ ନିଜ ନିଜ ପ୍ରତିଷ୍ଠାନ, ଦୋକାନ ତଥା ବାଣିଜ୍ୟିକ ଅନୁଷ୍ଠାନର ସଟର ବନ୍ଦ ରଖିଛନ୍ତି ।

ଆହୁରି ମଧ୍ୟ ଏହି ବନ୍ଦରୁ ବିଭିନ୍ନ ଜରୁରୀକାଳୀନ ବ୍ୟବସ୍ଥାକୁ ବାଦ ଦିଆଯାଇଥିବା ବେଳେ ଗାଡି ଚଳାଚଳ ତଥା ଯାତାୟାତ ଜାରି ରହିଥିବା ନେଇ ଓଡିଶା ବ୍ୟବସାୟୀ ମହାସଂଘ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଓଡିଆ ସହିଦଙ୍କ ପରିବାରକୁ କିଛି ସହାୟତା ରାଶି ପ୍ରଦାନ କରାଯିବ ବୋଲି କଟକର ଚାମ୍ବର ଅଫ୍ କର୍ମସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.