Latest Odisha News

BREAKING NEWS

ସ୍କୁଲ ହଷ୍ଟେଲରେ ସିନିୟରଙ୍କ ମାଡରେ ୨ ଜୁନିୟର ଛାତ୍ର ଗୁରୁତର

ରାୟଗଡ଼ା: ପୁଣି ସିନିୟରଙ୍କ ନିର୍ମମ ନିର୍ଯାତନାରେ ଗୁରୁତର ହେଲେ ଜୁନିୟର ଛାତ୍ର । ଏଭଳି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା ଅମ୍ବାଦଳାର ମଙ୍ଗଳ ବିଭାଗୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ । ପୂର୍ବରୁ ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଏବେ ହଷ୍ଟେଲ ଭିତରେ ଦୁଇ ଛାତ୍ରଙ୍କୁ ନିର୍ମମ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି ।

ଆହତ ଛାତ୍ରମାନଙ୍କ ମଧ୍ୟରୁ ଜଣେ ଅଷ୍ଟମ ଶ୍ରେଣୀର ଓ ଅନ୍ୟଜଣେ ଦଶମ ଶ୍ରେଣୀର ବୋଲି ଜଣାପଡ଼ିଛି ।

ତେବେ, ଗତ ରାତିରେ ହଷ୍ଟେଲରେ ସୋଇଥିବା ବେଳେ ୨ ଜଣ ଛାତ୍ରଙ୍କୁ ନିଦରୁ ଉଠାଇ ଦିଆଯାଇଥିଲା । ପରେ କିଛି ସିନିୟର ଛାତ୍ର ରୁମର ଲାଇଟ ଅନ୍ କରି ରଡ଼ ଓ ବାଡ଼ିରେ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଦୁଇ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି ।

ଘଟଣା ପରେ ଆକ୍ରମଣକାରୀ ସିନିୟର ଛାତ୍ରମାନେ ଏହି ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଅଭିଭାବକଙ୍କ ଅଭିଯୋଗ ପରେ ପୋଲିସ ଉକ୍ତ ହସ୍ଟେଲରେ ପହଞ୍ଚି ଗୁରୁତର ଛାତ୍ର ଦୁଇଜଣଙ୍କୁ ଅମ୍ବାଦଳା ସରକାରୀ ହସ୍ପିଟାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.