ବଲାଙ୍ଗିର: ଦୁର୍ଘଟଣା ନେଲା ୨ ଜଣଙ୍କର ଜୀବନ । ଟ୍ରକ ସହ ଟେମ୍ପୋର ମୁହାଁମୁହିଁ ଧକ୍କା ହୋଇଛି । ବଲାଙ୍ଗିର ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ଲୁହୁରାପାଲି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଜଣ ଟେମ୍ପୋ ଆରେହୀ ମୃତ୍ୟୁବରଣ କରିଛନ୍ତି ।
ଦୁର୍ଘଟଣାର ଆଉ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସଇଁତଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତମାନେ ଶିଶକେଳା ଗାଁର ହୋଇଥିବା ସୂଚନା ମିଳିଛି । ସେମାନେ ଏକ ଟେମ୍ପୋରେ କୁଇକେଡା ମାର୍କେଟକୁ ଆସୁଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
Comments are closed.