Latest Odisha News

ବିପଦ ସଙ୍କେତ ଟପିଲା ଜଳକା

ବାଲେଶ୍ୱର: ଉପରମୁଣ୍ଡରେ ବର୍ଷା ଯୋଗୁ ଫୁଲିଛି ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀଠାରେ ବିଦପ ସଙ୍କେତ ଟପିଛି ଜଳକା ନଦୀର ଜଳସ୍ତର । ମଥାନୀଠାରେ ବିପଦ ସଙ୍କେତ ସ୍ତର ୫.୫୦ ମିଟର ରହିଥିବା ବେଳେ ଏବେ ୫.୭୭ ମିଟରରୁ ଅଧିକ ପାଣି ପ୍ରବାହିତ ହେଉଛି ।

ଫଳରେ ବାଲେଶ୍ୱର ସଦର ଓ ବସ୍ତା ବ୍ଲକର ତଳି ଅଞ୍ଚଳରେ ପଶିଛି ଜଳାର ପାଣି । ଏହି ଦୁଇଟି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁରେ ଜଳ ପ୍ରବେଶ କରିଛି । ଜଳମଗ୍ନ ହୋଇଛି ଚାଷ ଜମି । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବୃଦ୍ଧି ପାଇଛି ଜଳକାର ଜଳସ୍ତର ।

Leave A Reply

Your email address will not be published.