Latest Odisha News

BREAKING NEWS

କାଳବୈଶାଖୀ ପ୍ରଭାବ, ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

ମାଲକାନଗିରି: କାଳବୈଶାଖୀ ରଚିଲା ତାଣ୍ଡବ। ସୋମବାର ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅସରଡ଼ା ଗାଁରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ମୁଚିମପୁଟ ଥାନା ଅସରଡ଼ା ଗାଁର ପାଙ୍ଗି ସୁକଦେବ ଓ ମାଲକାନଗିରି ଜିଲ୍ଲା ପେପରମେଟାଲ ଗାଁର ଖରା ସୀତାରାମ।

ଖବର ଅନୁଯାୟୀ, ପାଙ୍ଗି ସୁକଦେବ ଏବଂ ଖରା ସୀତାରାମ ଅପରାହ୍ନରେ ଅସରଡା ଠାରେ ଥିବା ଏକ ଗଛ ତଳେ ପ୍ରବଳ ବର୍ଷା ଯୋଗୁଁ ଆଶ୍ରୟ ନେଇଥିଲେ। ତେବେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତ ଖରା ସୀତାରାମ ଅସରଡ଼ା ଗାଁକୁ କୁଣିଆ ହୋଇ ଆସିଥିଲେ ବୋଲି ଜଣାପଡ଼ିଛି।

Comments are closed.