Latest Odisha News

BREAKING NEWS

ହାତୀ ଆକ୍ରମଣରେ ୨ ମୃତ, ଜଣେ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହାତୀ ଆକ୍ରମଣରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି ।

ମୃତକ ଦ୍ୱୟ ହେଲେ ସ୍ଥାନୀୟ ଗ୍ରାମର ବଂଶୀଧର ଛୁଆଳ ଓ କଲରାଝର ଗ୍ରାମର ସନାତନ ପ୍ରଧାନ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ସମ୍ପୃକ୍ତ ଗ୍ରାମ ମଧ୍ୟରେ ପ୍ରବେଶ କରିବା ସହ ଅନେକ ଘର ଭାଙ୍ଗି ଦେଇଥିଲା । ଦୁର୍ଭାଗ୍ୟବଶତଃ ଉକ୍ତ ବ୍ୟକ୍ତିମାନେ ଶୋଇଥିବା ଘରକୁ ହାତୀ ଭାଙ୍ଗିବା ସହ ସେମାନଙ୍କୁ ପାଦରେ ଦଳି ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା ।

ଅପରପକ୍ଷରେ ଏହି ସମୟରେ ଅନ୍ୟଜଣେ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯିବା ସହ ଆହତ ମଧ୍ୟ ହୋଇଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ  ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

 

Leave A Reply

Your email address will not be published.