Latest Odisha News

BREAKING NEWS

ତେଜିଲା ପ୍ରତିବାଦ, ମଙ୍ଗଳବାର ସବୁ ଏସପି ଅଫିସ୍ ଘେରିବ କଂଗ୍ରେସ

ଭୁବନେଶ୍ବର : ଆସନ୍ତା ୧୪ ତାରିଖରେ ରାଜ୍ୟର ସମସ୍ତ ଏସ୍‌ପି ଅଫିସ ଘେରିବ କଂଗ୍ରେସ । ମମିତା ମେହେରଙ୍କୁ ନ୍ୟାୟ ଦାବି ଓ ଆନ୍ଦୋଳନ ବେଳେ ନିରୀହ ଛାତ୍ରଙ୍କୁ ଆକ୍ରମଣ ଓ କଂଗ୍ରେସ ଭବନରେ ପୋଲିସର ବେଆଇନ ଅନୁପ୍ରବେଶ ପ୍ରତିବାଦରେ ଆନ୍ଦୋଳନ କରିବ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଷ୍ପତି ଅନୁସାରେ, ୧୪ ତାରିଖରେ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯିବ ।

ଜିଲ୍ଲା କଂଗ୍ରେସ ପକ୍ଷରୁ ହେବାକୁ ଥିବା ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ସେବାଦଳ ଏବଂ ସମସ୍ତ ପ୍ରକୋଷ୍ଠ ଓ ସାମୁଖ୍ୟ ସଂଗଠନର କର୍ମୀମାନେ ସାମିଲ ହେବାକୁ ପିସିସି ସଭାପତି ନିବେଦନ କରିଛନ୍ତି । ଏଥିସହ କଂଗ୍ରେସର ସମସ୍ତ ବରିଷ୍ଠ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ଏବଂ ଲୋକସଭା ଓ ବିଧାନସଭା ନିର୍ବାଚନରେ ଅଂଶ ଗ୍ରହଣ କରିଥିବା କଂଗ୍ରେସର ପ୍ରାର୍ଥୀ ଓ କର୍ମୀ ବିକ୍ଷୋଭରେ ସାମିଲ ହେବାକୁ ଦଳ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.