Latest Odisha News

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କବାଦୀଙ୍କ ମୃତ୍ୟୁ; ଚେକିଂ ବେଳେ ଗୁଳିମାଡ଼

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ଦୁଇ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା। ଜାମ୍ମୁ-କାଶ୍ମୀରର ବୁଡଗାମ ଜିଲ୍ଲା କୋର୍ଟ ପରିସର ନିକଟରେ ଏହି ଏନ୍‌କାଉଣ୍ଟର ହୋଇଥିବା ସୂଚନା ମିଳିଛି। ଏଥିରେ ଲସ୍କର ତୋଇବାର ଦୁଇ ଆତଙ୍କବୀଦଙ୍କର ମୃତ୍ୟୁ ହୋଇଛି।

ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିଛି। ସେମାନେ ହେଲେ ଅରବାଜ ମୀର, ଏବଂ ଶହିଦ ଶୈଖ୍। ପୁଲୱାମା ଆତଙ୍କାଦୀ କାର୍ଯ୍ୟକାଳପା ସହ ଏମାନଙ୍କର ସମ୍ପର୍କ ଥିବା କାଶ୍ମୀର ଜୋନ୍ ପୁଲିସ ସୂଚନା ଦେଇଛି। ପୁଲିସ ସୂଚନା ଅନୁସାରେ, ସେନା ଓ ପୁଲିସ କର୍ମୀ ମିଶି ସନ୍ଦେହ କରି ଏକ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗାଡ଼ିରେ ଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ।

ଜବାବରେ ସେନା ପକ୍ଷରୁ ଗୁଳି ମାଡ଼ କରାଯାଇଥିଲା। ଜବାବୀ ହମଲାରେ ଦୁଇ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି ବୋଲି କାଶ୍ମୀର ଜୋନ୍ ପୁଲିସ ସୂଚନା ଦେଇଛି। ମୃତ ଆତଙ୍କବାଦୀ ପାଖରୁ ଅସ୍ତ୍ରଶସ୍ତ୍ର ଓ ଗୁଳାବାରୁଦ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ପୁଲିସ ଓ ଆର୍ମୀ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

Comments are closed.