Latest Odisha News

BREAKING NEWS

ବାଇକକୁ ଧକ୍କା ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

କେନ୍ଦୁଝର: ସ୍ପଷ୍ଟ ଦିବାଲୋକରେ ଘଟୁଛି ଅପରାଧ । କେନ୍ଦୁଝର, ଚମ୍ପୁଆ ଥାନା ରିମୁଳି ନିକଟରେ ଏକ ବାଇକକୁ ପଛପଟୁ ଧକ୍କା ଦେଇ ୧ ଲକ୍ଷ ୨୫ ହଜାର ଟଙ୍କା ଲୂଟ ଅଭିଯୋଗ।

ସୁଚାନୁଯାୟୀ, ଚମ୍ପୁଆ ବ୍ଲକ୍, ବିରିକୁଆଁ ଗ୍ରାମର ମଂଗଳୁ ମହାନ୍ତ ଓ ଯଦୁମଣି ମହାନ୍ତ କରିଥିବା ଅଭିଯୋଗ ଅନୁଯାୟୀ, ରିମୁଳି ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ସେମାନେ ୧ ଲକ୍ଷ ୨୫ ହଜାର ଟଙ୍କା ଉଠାଇ ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ୪ ଜଣ ଦୁର୍ବୁତ୍ତ ଏକ ପଲସର ବାଇକ୍ ଓ ଏକ ସ୍କୁଟି ଯୋଗେ ଆସି ସେମାନଙ୍କୁ କଳିକା ରାସ୍ତା ନିକଟସ୍ଥ ଏକ ନାଳ ନିକଟରେ ଧକ୍କା ଦେଇଥିଲେ। ଫଳରେ ସେମାନେ ତଳେପଡି ଗୁରୁତର ଆହତ ହୋଇଥିଲେ । ଏହାପରେ ଦୁର୍ବୁତ୍ତ ମାନେ ସେମାନଙ୍କ ଟଙ୍କା ବ୍ୟାଗଟିକୁ ଛଡାଇ ନେଇଯାଇଥିଲେ।

ଅନ୍ୟପଟେ ଗ୍ରାମବାସୀଙ୍କ ସହାୟତାରେ ଏହି ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏହି ଘଟଣାରେ ସ୍ଥାନୀୟ ପୋଲିସ ତୁରନ୍ତ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.