ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୋଲିସକୁ ପୁଣି ମିଳିଛି ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଆଉ ୨ ମାଓବାଦୀ । ନିହତ ହୋଇଥିବା ଦୁଇ ଜଣ ମାଓବାଦୀ ହେଲେ ବିଜାପୁର ପଦନାମ ପାର୍ଟି ସଦସ୍ୟ ସକ୍କୁ ହେମଲା (୩୨) ଏବଂ ଗାଙ୍ଗଲୁର ମିଲିଟାରି ଏରିଆ କମିଟି ସଦସ୍ୟ ରଘୁ ହପକା (୩୩) । ରଘୁ ନାମରେ ସରକାର ୫ ଲକ୍ଷ ଘୋଷଣା କରିଥିବା ବେଳେ ସକ୍କୁ ନାମରେ ୨ ଲକ୍ଷ ଟଙ୍କା ଘୋଷଣା କରିଥିଲେ ।
ଖବର ମୁତାବକ, ମାଓବାଦୀ ମାନେ ବିଜାପୁର ଜିଲ୍ଲାର ମନକେଲି ଜଙ୍ଗଲରେ ଲୁଚି ରହିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ପୋଲିସ, ଏସଟିଏଫ୍, ଡିଆରଜି ଏବଂ କୋବ୍ରା ଯବାନ ଚଢ଼ଉ କରିଥିଲେ । ଏହି ସମୟରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଏହି ଦୁଇ ମାଓବାଦୀଙ୍କର ମୃତ୍ୟୁ ହୋଇଥିବାବେଳେ, ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ ।
ଘଟଣାସ୍ଥଳରୁ ୩୦୩ ରାଇଫଲ, ମାଗାଜିନ, ଜୀବନ୍ତ ଗୁଳି, ବିଜିଏଲ ଲଞ୍ଚର, ବ୍ୟାଟେରି, କୋଟେକ୍ସ ତାର, ପୋଷାକ ପୁସ୍ତକ ଇତ୍ୟାଦି ଜବତ କରାଯାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
Comments are closed.