Latest Odisha News

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ

ବୌଦ୍ଧ: ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହାକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ ସୁରକ୍ଷାକର୍ମୀମାନେ ବିଭିନ୍ନ ସ୍ଥାନରେ କମ୍ବିଂ ଅପରେଶନକୁ ଆହୁରି ଜୋରଦାର କରିଛନ୍ତି । ପ୍ରାୟ ପ୍ରତ୍ୟକ ଦିନ କିଛି ନା କିଛି ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳୁଛନ୍ତି । ଏହାରିଭିତରେ ଓଡିଶା ପୋଲିସକୁ ମିଳିଛି ବଡ ସଫଳତା । ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହେବାରୁ ଘଟଣାସ୍ଥଳରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ରୁ ୭ଟା ମଧ୍ୟରେ କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଏସଓଜି ଓ ଡିଭିଏଫର ମିଳିତ କମ୍ବିଂ ଅପରେଶନ ଚାଲିଥିଲା । ଜଙ୍ଗଲରେ ୪୦ରୁ ୫୦ ମାଓବାଦୀ ଲୁଚି ରହିଥିବା ଜଣାପଡିବା ପରେ ସୁରକ୍ଷାକର୍ମୀଙ୍କ ତରଫରୁ ଏହି ଅପରେସନ ଚାଲିଥିଲା । ଯବାନଙ୍କୁ ଦେଖି ନକ୍ସଲମାନେ ପ୍ରଥମେ ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ । ଏହାର ପ୍ରତି ଉତ୍ତରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଗୁଳିମାଡ ହୋଇଥିଲା । ଫଳରେ ଉଭୟ ପକ୍ଷ ମଧ୍ୟରେ ଆଖିବୁଜା ଗୁଳିମାଡ଼ ହୋଇଥିଲା । ଏଥିରେ ଦୁଇ ନକ୍ସଲ ନିହତ ହୋଇଥିବା ଖବର ମିଳିଛି ।

ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ଗ୍ରୋନେଡ ଓ ବିପୁଳ ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରାଯାଇଛି । ଅପରପକ୍ଷରେ ଜଙ୍ଗଲରେ ଏବେ ମଧ୍ୟ କିଛି ମାଓବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ତେଣୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

Leave A Reply

Your email address will not be published.