Latest Odisha News

BREAKING NEWS

ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା

ପାଟନା: ବିହାରର ରାଜଧାନୀ ପଟନାରେ ଚାଞ୍ଚଲ୍ୟ। ବିଚ୍ ରାସ୍ତା ଉପରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା। ପୁନପୁନ ବଜାରରେ ଆଜି ଭୋରରୁ ଘରକୁ ଫେରୁଥିଲେ ଜେଡିୟୁ ନେତା ସୌରଭ କୁମାର୍ ଓ ତାଙ୍କ ବନ୍ଧୁ। ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଆସି ଅତର୍କିତ ଭାବେ ଗୁଳି ଚଲାଇଥିଲେ। ଗୁଳି ବିନିମୟରେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତ ଯୁବକଙ୍କୁ ଡାକ୍ତରଖାନା ନିଆଯାଇଛି। ମୃତ ଜେଡିୟୁ ନେତାଙ୍କ ମୃତଦେହ ଶବବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।

ଅନ୍ୟପକ୍ଷରେ, ଏହି ଘଟଣା ପରେ ଉତ୍ୟକ୍ତ ଲୋକମାନେ ପାଟନା-ଗୟା ରାସ୍ତା ଅବରୋଧ କରିଛନ୍ତି। ସୂଚନାନୁସାରେ, ବିଳମ୍ବିତ ରାତିରେ ପୁନପୁନରେ ଆୟୋଜିତ ଏକ ବିବାହ ସମାରୋହରୁ ଫେରୁଥିବା ବେଳେ ଭୋରୁ କିଛି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ରାଜନୈତିକ ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପ୍ରତ୍ୟେକ ଦିଗରୁ ଏହି ଘଟଣାର ତଦନ୍ତ କରାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପାଟଲିପୁତ୍ରରୁ ଆରଜେଡି ପ୍ରାର୍ଥୀ ଏବଂ ଲାଲୁ ପ୍ରସାଦଙ୍କ ଝିଅ ମିସା ଭାରତୀ ପୁନପୁନରେ ପହଞ୍ଚି ସୌରଭ କୁମାରଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ତଦନ୍ତ ପାଇଁ ପାଟନା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଘଟଣାସ୍ଥଳରେ ପହଞ୍ଚିଥିବା ଏସପି କହିଛନ୍ତି ଯେ ସୌରଭ ବିଳମ୍ବିତ ରାତିରେ ଏକ ବିବାହ ଉତ୍ସବରୁ ତାଙ୍କର ଜଣେ ବନ୍ଧୁଙ୍କ ସହ ଫେରୁଥିଲେ। ଏହି ସମୟରେ ବାଇକ୍ ଚଳାଉଥିବା ଚାରିଜଣ ଦୁର୍ବୃତ୍ତ ପୁନପୁନ୍ ନିକଟରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯେଉଁଥିରେ ସୌରଭଙ୍କ ମୁଣ୍ଡରେ ଦୁଇଟି ଗୁଳି ଏବଂ ତାଙ୍କ ସାଥୀଙ୍କୁ ମଧ୍ୟ ଗୁଳି ବାଜିଥିଲା। ମୁଣ୍ଡରେ ଦୁଇଟି ଗୁଳି ଯୋଗୁଁ ସୌରଭ କୁମାରଙ୍ରକ ମୃତ୍ୟୁ ହୋଇଥିବା ଏସପି କହିଛନ୍ତି। ଏହି ସମୟରେ ତାଙ୍କ ସାଥୀ ଆହତ ହୋଇ ପାଟନାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.