Latest Odisha News

ଡାଇରିଆ ସ୍ଥିତି ପରଖିବା ପାଇଁ ରାଉରକେଲାରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍, ଅନୁଧ୍ୟାନ ପରେ ଆସିବ ରିପୋର୍ଟ

ରାଉରକେଲା: ରାଉରକେଲାରେ କଲେରା ଏବଂ ଡାଇରିଆ ବ୍ୟାପିବା ପରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ବର୍ତ୍ତମାନ ମଧ୍ୟ କିଛି ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି । ତେବେ ଆଜି ଇରିଆ ଏବଂ ହଇଜା ସ୍ଥିତି ସମୀକ୍ଷା ପାଇଁ ରାଉରକେଲାରେ ପହଞ୍ଚିଛନ୍ତି କେନ୍ଦ୍ରର ଦୁଇ ଜଣିଆ ଟିମ୍ । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଟିମ ।

ଝାଡାବାନ୍ତି ବ୍ୟାପିବାର କାରଣ ବିଷୟରେ ଜାଣିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ଏକ ୫ ଜଣିଆ ଟିମ୍ ରାଉରକେଲା ଆସି ପହଞ୍ଚିଛନ୍ତି । ​​ଏନେଇ ରାଉରକେଲା ସରକାରୀ ହସ୍ପିଟାଲରେ ଅପରାହ୍ନରେ ପ୍ରାୟ ଦୁଇ ଘଣ୍ଟା ଧରି ଏହି ବୈଠକ ହୋଇଥିଲା । ଆଲୋଚନାରେ ରୋଗର ଉତ୍ସ, ବ୍ୟାପକତା ଏବଂ ଭୟବହତା ଉପରେ ଆଲୋଚନା ହୋଇଥିଲା ।

ଆସନ୍ତାକାଲି ଡାଇରିଆ ରୋଗୀ ଚିହ୍ନଟ ହୋଇଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ ଏହି ଟିମ୍ । ବଆଜି ବସିଥିବା ଏହି ବୈଠକରେ ରୋଗୀଙ୍କ ଅବସ୍ଥା ଏବଂ କେଉଁ ସ୍ଥାନରେ ଖାଦ୍ୟ ଖାଇଥିଲେ ଏବଂ କେଉଁଠାରୁ ପାଣି ପିଉଥିଲେ, କିଭଳି ଏବଂ କେବେଠାରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ଓ ମେଡିସିନ କିଭଳି ଖାଉଛନ୍ତି ସେନେଇ ପଚାରି ବୁଝିଥିଲେ । ଏହାସହ ରୋଗୀଙ୍କ ସାମ୍ପୁଲର ରିପୋର୍ଟ ଏବଂ ପୂର୍ବ ରୋଗୀଙ୍କ ରିପୋର୍ଟକୁ ମଧ୍ୟ ଅନୁଧ୍ୟାନ କରାଯାଇଥିଲା ।

ତେବେ ଏହି ଝାଡାବାନ୍ତି ରେ ସମୁଦାୟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ରୋଗ ବ୍ୟାପିବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ଯେ ସଂକ୍ରମଣକୁ ରୋକିବା ଏବଂ ଲୋକମାନଙ୍କୁ ଅତ୍ୟାବଶ୍ୟକ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ଏଜେନ୍ସି ସହିତ ସହଯୋଗ କରନ୍ତୁ । ଗ୍ରାଉଣ୍ଡ ସ୍ତରରେ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ଟିମ୍ ପଠାଇବାକୁ ସେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ମଧ୍ୟ ଲେଖିଥିଲେ।

Comments are closed.