Latest Odisha News

BREAKING NEWS

‘ଆଲ୍ଲାଦିନ କା ଚିରାଗ’ ନାଁରେ ୩୧ଲକ୍ଷ ଲୁଟିନେଲେ

ମିରଟ: ଆଲ୍ଲାଦିନ୍‌ର ଚିରାଗ । ଦାମ ହେଉଛି ଦେଢ କୋଟି ଟଙ୍କା । ଚିରାଗ ଭିତରୁ ଜିନ୍ ବାହାରିବ ଆଉ ଯାହା ମାଗିବେ ତାହା ଆଖି ପିଛୁଳାକେ ପୂରଣ ହୋଇଯିବ । ଉତ୍ତର ପ୍ରଦେଶର ମିରଟରେ ଜଣେ ଡାକ୍ତରଙ୍କୁ ଏଭଳି କହି ଲୁଟିନେଇଛନ୍ତି ଦୁର୍ବୃତ୍ତ ।

ଲୁଟେରାଙ୍କ କଥାରେ ଡାକ୍ତର ଏମିତି ବିଶ୍ୱାସ କରିଛନ୍ତି ଯେ, ଦେଢକୋଟିର ଚିରାଗ ପାଇଁ ୩୧ ଲକ୍ଷ ଟଙ୍କା ଆଡଭାନ୍ସ ବି ଦେଇଛନ୍ତି । ଆଉ ଚିରାଗରୁ ମିଛ ଜିନ୍ ବାହାର କରି ସତ ସତିକା ଲୁଟିନେଇଛନ୍ତି ଦୁଇ ଜଣ ଲୁଟେରା । ତେବେ ଥାନାରେ ଅଭିଯୋଗ ପରେ ୨ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି ।

ଡାକ୍ତରଙ୍କ ଅଭିଯୋଗ ଅନୁସାରେ, ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ମାଆଙ୍କ ଚିକିତ୍ସା ପାଇଁ ତାଙ୍କ ପାଖକୁ ଆସିଥିଲେ । ଏହାପରେ ଡାକ୍ତର ସେମାନଙ୍କ ଘରକୁ ଯାଇ ଅସୁସ୍ଥ ମାଆଙ୍କ ଚିକିତ୍ସା କରିଥିଲେ । ତାଙ୍କ ଘରକୁ ମାସେ ଯିବା ଭିତରେ ସେମାନେ ଜଣେ ବାବାଙ୍କୁ ଭେଟ କରାଇଥିଲେ ।

ସେମାନଙ୍କ କଥାରେ ପ୍ରଭାବିତ ହୋଇ ଅଲୌକିକ ଶକ୍ତି ଥିବା ଅଲ୍ଲାଦିନର ଚିରାଗକୁ ଦେଢ କୋଟି ଟଙ୍କାରେ କିଣିବା ପାଇଁ ରାଜି ହୋଇଥିଲେ ଡାକ୍ତର । ଆଉ ଆଡଭାନ୍ସ ବାବଦରେ ୩୧ ଲକ୍ଷ ଟଙ୍କା ଦେଇଥିଲେ । ତେବେ ପରେ ସେ ଠକି ଯାଇଥିବା ଜାଣିପାରିଥିଲେ ଏବଂ ପୋଲିସରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.