Latest Odisha News

BREAKING NEWS

ଶେଫିଲ୍ଡ ଶିଲ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ପୁକୋଭସ୍କି-ମାର୍କସ୍ ହାରିସ୍

ସିଡନୀ: ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶେଫିଲ୍ଡ ଶିଲ୍ଡରେ ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଛି । ସାଉଥ୍ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭିକ୍ଟୋରିଆର ଦୁଇ ଓପ୍ନର ୱିଲ୍ ପୁକୋଭସ୍କି ଓ ମାର୍କସ୍ ହାରିସ୍ ନୂତନ କୀର୍ତିମାନ କରିଛନ୍ତି । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୪୮୬ ରନର ପାର୍ଟନରଶିପ୍ କରି ରେକର୍ଡ ଭାଙ୍ଗିଛନ୍ତି । ପୁକୋଭସ୍କି ୩୮୬ ବଲରେ ୨୫୫ ରନ୍, ହାରିସ୍ ୩୯୯ ବଲରେ ୨୩୯ ରନ୍ କରି ଆଉଟ୍ ହୋଇଥିଲା । ୧୯୯୦ରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ଷ୍ଟିଭ୍ ୱ ଓ ମାର୍କ ୱ’ ୪୬୪ ରନର ରେକର୍ଡ ପାର୍ଟନରଶିପ୍ କରିଥିଲେ ।

ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଥିବା ୱ’ ବ୍ରଦର୍ସ ନ୍ୟୁ ସାଉଥ୍ ୱେଲ୍ସ ବିପକ୍ଷ ମ୍ୟାଚରେ ପଞ୍ଚମ ୱିକେଟ୍ ପାଇଁ ଏହି ରେକର୍ଡ ଭାଗିଦାରୀ କରିଥିଲେ । ଯାହାକୁ ଆଜି ସଫଳତାର ସହ ଭାଙ୍ଗିଛନ୍ତି ପୁକୋଭସ୍କି ଓ ହାରିସ୍ ।  ଦୁହିଁଙ୍କ ଦ୍ୱିଶତକ ବଳରେ ଭିକ୍ଟୋରିଆ ଟିମ୍ ୩ ୱିକେଟ୍ ହରାଇ ୫୬୪ ରନ୍ କରି ପାଳି ଘୋଷଣା କରିଛି । ଏହା ପୂର୍ବରୁ ସାଉଥ୍ ଅଷ୍ଟ୍ରେଲିଆ ଟିମ୍ ପ୍ରଥମ ଇନିଂସରେ ୨୦୦ ରନ୍ କରି ଅଲଆଉଟ୍ ହୋଇଥିଲା ।

Leave A Reply

Your email address will not be published.