Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା

ଶ୍ରୀନଗଗ: ଜମ୍ମୁ-କାଶ୍ମୀର ଶ୍ରୀନଗରରେ ଥିବା ରାମବାଗ ଅଂଚଳରେ ସୁରକ୍ଷାକର୍ମୀ ଓ ଆଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ କାଶ୍ମୀର ଆଜି ବିଜୟ କୁମାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ରାମବାଗ ଅଞ୍ଚଳରେ ୨-୩ଜଣ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ପୁଲିସ ଏବଂ ସିଆରପିଏଫ ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଚାରିଆଡ଼ୁ ଆତଙ୍କବାଦୀଙ୍କୁ ଘେରିଯିବା ପରେ ଖସିଯିବା ପାଇଁ ଆତଙ୍କବାଦୀମାନେ  ଚଳାଇଥିଲେ। ଏହାର ପାଲଟା ଜବାବରେ ପୁଲିସ ଓ ସିଆରପିଏଫ ଯବାନମାନେ ଗୁଳି ଚଳାଇଥିଲେ। କିଛି ସମୟ ଧରି ଗୁଳି ବିନିମୟ ଜାରି ରହିବା ପ‌ରେ ପୁଲିସ ଓ ସିଆରପିଏଫଙ୍କ ଯବାନ ଗୁଳିରେ ୨ ଆତଙ୍କବାଦୀଙ୍କୁ ନିହତ ହୋଇଛନ୍ତି।

 

Comments are closed.