Latest Odisha News

BREAKING NEWS

କରୋନା କଟକଣା ଭିତରେ ଓଡିଶାରେ ଦୁର୍ଗା ପୂଜା…

ହିନ୍ଦୁଧର୍ମାବଲମ୍ବୀ ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ ହେଉଛି ଦୁର୍ଗା ପୂଜା। ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହି ପର୍ବର ଶେଷ ଦିନଟି ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ ।

ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି ।

ଦେବୀ ଦୁର୍ଗାଙ୍କ ଉତ୍ପତ୍ତିକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ…

ଏକଦା ମହିଷାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ପଡିଥିଲେ ଦେବତା ମାନେ । ଯାହା ପରେ ସେମାନେ ବ୍ରହ୍ମାଙ୍କ ଶରଣ ପଶିଥିଲେ । ବ୍ରହ୍ମାଙ୍କ କଥା ଅନୁଯାୟୀ ଜଣେ କୁଆଁରୀ କନ୍ୟା ହାତରେ ଦୈତ୍ୟରାଜର ମୃତ୍ୟୁ ହେବ ବୋଲି ତାଙ୍କୁ ବର ମିଳିଛି । ଏହା ଶୁଣିବା ପରେ ଦେବତା ମାନେ ନିଜ ନିଜ ଶକ୍ତିକୁ ଏକତ୍ର କଲେ।

ସେହି ତେଜରୁ ଅବିଳମ୍ବେ ଏକ ଦିବ୍ୟନାରୀ ରୂପରେ ପରିବର୍ତ୍ତିତ ହେଲା । ଦେବୀଙ୍କ ଦିବ୍ୟରୂପ ଦେଖି ଦେବତା ଗଣ ଭାବିଲେ ଯେ ଏ ନିଶ୍ଚୟ ଆମର ଦୁର୍ଗତି ନାଶ କରିବ । ଯାହା ପରେ ମାତାଙ୍କୁ ଦୁର୍ଗା ବୋଲି ଅବିହିତ କରାଯାଇଥିଲା ।

ଅଧିକ ପଢନ୍ତୁ- ଆସନ୍ତୁ ଜାଣିବା ସଂସ୍କୃତି ଓ ପରିବେଶ ସହ କିପରି ଭାବେ ଦୁର୍ଗାପୂଜା ଜଡିତ

ଓଡ଼ିଶାର କେତେକ ଶକ୍ତିପୀଠରେ ମା’ଙ୍କ ପୂର୍ବ ସ୍ଥାପନା ମୂର୍ତ୍ତିକୁ ଆରାଧନା କରାଯାଏ । ଏହାଛଡା ଓଡିଶାର ଅନେକ ଜିଲ୍ଲା ତଥା ଶକ୍ତିପୀଠରେ ଦେବୀ ଦୁର୍ଗାଙ୍କର ପୂଜା ଧୂମଧାମରେ ପାଳନ କରାଯାଇଥାଏ । ଆହୁରି ମଧ୍ୟ ଦୁର୍ଗାପୂଜା କଟକର ଏକ ପ୍ରଧାନ ପର୍ବ । କଟକ ଦଶହରା ଚାନ୍ଦି ମେଢ଼ ଲାଗି ବିଶ୍ୱ ବିଖ୍ୟାତ, ପୂଜାସମୟରେ ମେଢ଼ ଗୁଡ଼ିକୁ ଓ ମା’ଙ୍କ ମୂର୍ତ୍ତିକୁ ରୂପାନିର୍ମିତ ଅଳଙ୍କାର ଦ୍ୱାରା ସଜ୍ଜିତ କରାଯାଇଥଏ, ଆଉ କେତେକ ସ୍ଥାନରେ ଜରିରେ ନିର୍ମିତ ମେଢ଼ ମଧ୍ୟ କରାଯାଇଥାଏ ।

ଅଧିକ ପଢନ୍ତୁ- ଦୁର୍ଗା ପୂଜା ପୂର୍ବରୁ ଆସିଲା ଗାଇଡଲାଇନ୍‌, ଜାଣନ୍ତୁ କ’ଣ ରହିଛି ନିୟମ

ତେବେ ଚଳିତ ଥର କରୋନା ମହାମାରୀ ଯୋଗୁଁ କୋଭିଡ କଟକଣା ମଧ୍ୟରେ ଦୁର୍ଗାପୂଜା ପାଳନ କରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ପୂଜା ପେଣ୍ଡାଲରେ ଦର୍ଶନ ପାଇଁ କେବଳ ସ୍ଥାନୀୟ ଲୋକଙ୍କୁ ଅନୁମତି ମିଳିବାକୁ ଥିବା ବେଳେ ବାହାରୁ କେହି ଦର୍ଶନ କରି ପାରିବେ ନାହିଁ । ଏହାଛଡା ଚଳିତ ଥର ନିରାଡମ୍ବର ଭାବେ ପୂଜା ପାଳନ ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ମଧ୍ୟରେ ସୀମିତ ରଖିବାକୁ କୁହାଯାଇଛି ।

ଅଧିକ ପଢନ୍ତୁ- ଦୁର୍ଗା ପୂଜା ପାଇଁ ହାଇକୋର୍ଟରେ ଆବେଦନ

Leave A Reply

Your email address will not be published.