Latest Odisha News

BREAKING NEWS

ଉପନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ ରମାକାନ୍ତ ଭୋଇ

ଜଗତସିଂପୁର: ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ ବ୍ୟୁହ ରଚନା କରୁଛି ବିଜେଡି । ରଣନୀତି ପ୍ରସ୍ତୁତି ଭିତରେ ଚାଲିଛି ମିଶ୍ରଣ ପର୍ବ । ଆଜି ବିଜେଡିରେ ଯୋଗ ଦେଇଛନ୍ତି ବିଜେପି ଛାଡିଥିବା ରମାକାନ୍ତ ଭୋଇ ।

ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ଦେବାଶିଷ ସାମନ୍ତରାୟ ଓ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେପି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ରମାକାନ୍ତ ଭୋଇ ଦଳ ଛାଡ଼ିଥିଲେ । ଗତ ସାଧାରଣ ନିର୍ବାଚନରେ ବିଜେପି ତାଙ୍କୁ ତିର୍ତ୍ତୋଲରୁ ପ୍ରାର୍ଥୀ କରିଥିଲା । ଉପନିର୍ବାଚନରେ ସେ ବିଜେଡି କ୍ୟାମ୍ପରେ ସାମିଲ ହୋଇଛନ୍ତି ।

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ରାଜକିଶୋର ବେହେରାଙ୍କ ନାଁ ଘୋଷଣା କରିଛି ଦଳ । ସେପଟେ ଦିନେ ଦୁଇ ଦିନ ଭିତରେ କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସମ୍ଭାବନା ରହିଛି ।

Leave A Reply

Your email address will not be published.