Latest Odisha News

BREAKING NEWS

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ୨ ନୌସେନା ହେଲିକପ୍ଟର, ୧୦ ମୃତ

କ୍ବାଲାଲାମପୁର: ମାଲେସିଆ ମଝି ଆକାଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ୨ଟି ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଛି । ଫଳରେ ଏଥିରେ ୧୦ ଜଣଙ୍କ ର ମୃତ୍ୟୁ ଘଟିଛି ବୋଲି ନୌସେନା ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ।

ସୂଚନା ଅନୁସାରେ, ନୌସେନା ପରେଡ୍ ପାଇଁ ସମରାଭ୍ୟାସ ଚାଲିଥିବାବେଳେ ଲୁମୁଟ ନାଭାଲ ବେସର ମଝି ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ସମସ୍ତ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ମୃତଦେହଗୁଡ଼ିକୁ ଚିହ୍ନଟ କରିବା ଲାଗି ଲୁମୁଟ ସେନାଘାଟି ହସ୍ପିଟାଲକୁ ନିଆଯାଇଛି ।

ଦୁର୍ଘଟଣା ସମୟର ଭିଡିଓ ଏବଂ ଏହାର ପରବର୍ତ୍ତୀ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କେଉଁ କାରଣରୁ ଏତେ ବଡ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Leave A Reply

Your email address will not be published.