Latest Odisha News

ଆଜି ବି ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସମ୍ଭାଳ ତାତି । ଅଗ୍ନିବର୍ଷୀ ଖରାରେ ସମଗ୍ର ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଆଜି ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି। ଆଜି ବି ରାଜଧାନୀ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର । ଦିନ ସାଢେ ୧୧ଟା ସୁଦ୍ଧା ୩୯.୪ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ସହ ରାଜଧାନୀ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବାଲେଶ୍ଵର ୩୯, ପାରାଦୀପ ଓ ଚାନ୍ଦବାଲି ୩୮.୮, ଝାରସୁଗୁଡ଼ା ୩୭, ପୁରୀରେ ୩୫ ଡିଗ୍ରୀ ,ଏବଂ ଗୋପାଳପୁର ୩୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ଘଟିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାପରେ ୨୫ ତାରିଖରୁ ପୁଣି ଥରେ ତାପମାତ୍ରା ବଢ଼ିବ ବୋଲି ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଗତକାଲି ପ୍ରଚଣ୍ଡ ତାତି ରେ ସିଝିଥିଲା ଓଡ଼ିଶା। ୪୩.୮ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ୱର ପାଲଟିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ।

Leave A Reply

Your email address will not be published.