Latest Odisha News

ଶତକ ହାସଲରୁ ପୂଜାରା ବଂଚିତ, ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୨୭୮/୬

ଚଟୋଗ୍ରାମ: ଏଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୨୭୮ ରନ ସଂଗ୍ରହ କରିଛି । ଚେତେଶ୍ୱର ପୂଜାରା ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଥିଲେ । ସେ ୯୦ ରନ କରି ଆଉଟ ହୋଇଥିଲେ । ଷ୍ଟମ୍ପସ ଅପସାରଣ ବେଳକୁ ଶ୍ରେୟାଶ ଆୟାର ୮୨ ରନ କରି ଅପରାଜିତ ରହିଥିଲେ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଦୁଇ ଓପନର ଲୋକେଶ ରାହୁଲ ୨୨ ଓ ଶୁଭମନ ଗିଲ ୨୦ ରନ କରି ଆଉଟ ହୋଇ ଯାଇଥିଲେ । ବିରାଟ କୋହଲି ମଧ୍ୟ କିଛି ଖାସ କରି ନ ପାରି ୧ ରନ କରି ପ୍ୟାଭଲିୟନ ଫେରି ଯାଇଥିଲା । ଏହା ପରେ ଚେତେଶ୍ୱର ପୂଜାରା ଓ ରିଷଭ ପନ୍ତ ଇନିଂସ ସମ୍ଭାଳିଥିଲେ । ପନ୍ତ ଏହା ପରେ ୪୬ ରନ କରି ଆଉଟ ହୋଇଥିଲେ ।

ଦଳର ସ୍କୋର ୫ ୱିକେଟ ବିନିମୟରେ ୨୬୧ ହୋଇଥିବା ବେଳେ ପୂଜାରା ପ୍ୟାଭିଲିୟନ ଫେରି ଯାଇଥିଲେ । ପ୍ରଥମ ଦିବସର ଶେଷ ବଲରେ ଅକ୍ଷର ପଟେଲ ୧୪ ରନ କରି ଆଉଟ ହୋଇଥିଲେ । ତୈଜୁଲ ଇସଲାମ ୩ଟି ଓ ମେହେଦି ହସନ ମିରାଜ ୨ଟି ୱିକେଟ ଅକ୍ତିଆର କରିଥିଲେ । ଶେଷ ଭାଗରେ ବାଂଲାଦେଶୀ ବୋଲର ଭଲ ପ୍ରଦର୍ଶନ କରି ମ୍ୟାଚଜୁ ନିୟନ୍ତ୍ରଣକୁ ଆଣି ପାରିଛନ୍ତି ।

Leave A Reply

Your email address will not be published.