Latest Odisha News

BREAKING NEWS

ରିଲ୍ସ ପାଇଁ ଟ୍ରାକରେ ଶୋଇଲେ ନାବାଳକ, ଅଳ୍ପକେ ବର୍ତ୍ତିଲା ଜୀବନ 

ଭୁବନେଶ୍ୱର: ଟ୍ରେନ ଟ୍ରାକରେ ସୋସିଆଲ ମିଡିଆ ରିଲ୍ସ କିମ୍ବା ଷ୍ଟଣ୍ଟ ଭିଡିଓ ତିଆରି କରିବାର ବିପଜ୍ଜନକ ଏବଂ ବେଆଇନ ଅଭ୍ୟାସ ବିରୁଦ୍ଧରେ ଲୋକମାନଙ୍କୁ ରବିବାର ଦିନ ସତର୍କ କରାଇଛି ପୂର୍ବତଟ ରେଳପଥ।

ଏକ ବିବୃତ୍ତିରେ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୫ରେ ଏକ ଅଡିଓ-ଭିଡିଓ କ୍ଲିପ୍ ବିଷୟରେ ସୂଚନା ମିଳିଥିଲା। ଭିଡିଓରେ ଜଣେ ନାବାଳକ ରେଳପଥର କଂକ୍ରିଟ୍ ସ୍ଲିପର୍ ଉପରେ ଶୋଇଥିବାର ଦେଖାଯାଇଥିଲା ଯେତେବେଳେ କି ଏକ ଟ୍ରେନ୍ ଟ୍ରାକକୁ ଆସୁଥିଲା। ବଲାଙ୍ଗୀରରେ ରେଳ ସୁରକ୍ଷା ବଳ (ଆରପିଏଫ) ଦ୍ୱାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ଏକ ଟିମ୍ ସ୍ଥାନୀୟ ବାଉଁସୁଣୀ ଥାନାକୁ ସୂଚନା ଦେଇଥିଲେ।

ଆରପିଏଫ୍ ଏବଂ ସ୍ଥାନୀୟ ପୋଲିସ ପୂରନାପାଣି ନିକଟସ୍ଥ ଏକ ଗ୍ରାମରୁ ଉକ୍ତ ପିଲାମାନଙ୍କୁ ଚିହ୍ନଟ କରାଯାଇଥିଲା। ବୌଦ୍ଧ ଜିଲ୍ଲାର ବାଉଁସୁଣୀ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୨ ବର୍ଷୀୟ କିଶୋର ଜୁନ ୨୯ରେ ନିଜ ସାଙ୍ଗ ମାନଙ୍କ ସହିତ ଟ୍ରେନ ଟ୍ରାକକୁ ଯାଇଥିଲା। ଯେଉଁଠାରେ ସେ ଟ୍ରାକରେ ଶୋଇ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିଥିଲା। ସେହି ସମୟରେ ୧୫ ବର୍ଷ ବୟସର ଅନ୍ୟ ସାଙ୍ଗ ଭିଡିଓ ରେକର୍ଡିଂ କରିଥିଲା।

ଖବର ପାଇବା ପରେ ସେମାନଙ୍କୁ ଅଟକ ରଖାଯାଇଥିଲା। ତେବେ ରେଳବାଇ ଆଇନ ୧୯୮୯ର ଧାରା ୧୫୩, ୧୪୫b), ଏବଂ ୧୪୭ ଅନୁଯାୟୀ ଉଭୟ ନାବାଳକଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି।

 

Comments are closed.