Latest Odisha News

BREAKING NEWS

ରଜରେ ଅଘଟଣ: ପୋଖରୀରେ ବୁଡି ୨ ନାବାଳକ ମୃତ

ସମ୍ବଲପୁର: ରଜରେ ଘଟିଲା ଅଘଟଣ । ବାପା ମାଙ୍କ କୋଳ ଖାଲି କରି ଚାଲିଗଲେ ଦୁଇ ପୁଅ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍‌ଏସିର ୯ ନମ୍ବର ୱାର୍ଡର କଳିନ୍ଦର ଗାଁରେ ଆଜି ପୋଖରୀରେ ବୁଡ଼ି ଦୁଇ ଶିଶୁ ପୁତ୍ରଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ପ୍ରିୟାଂଶୁ ସେଠ ଓ ଶ୍ରୀୟାଂଶୁ ସେଠ ।

ସୂଚନା ଅନୁସାରେ, ଦୁଇ ପୁଅଙ୍କ ସହିତ କଳିନ୍ଦର ଗ୍ରାମ ନିକଟରେ ଥିବା କୁକୁଡ଼ା ଫାର୍ମରେ କାମ କରୁଥିଲେ ବାପା ମା। ଆଜି ବାପା ମା କାମ କରୁଥିବା ସମୟରେ ଦୁଇ ଭାଇ ପୋଖରୀ ଭିତରକୁ ଚାଲିଯାଇ ପାଣିରେ ବୁଡି ଯାଇଥିଲେ। ଦୁଇ ଶିଶୁଙ୍କ ମା’ କିଛି ସମୟ ପରେ ଦୁଇ ଛୁଆଙ୍କୁ ଖୋଜିଥିଲେ, କିନ୍ତୁ ଦୁଇ ଭାଇଙ୍କୁ ନପାଇ ନିରାଶ ହୋଇଥିଲେ ଉଭୟ ବାପା ମା’ । କିଛି ସମୟ ପରେ ପ୍ରିୟାଂଶୁ ପାଣିରେ ଭାସୁଥିବା ସେମାନେ ଦେଖିବାକୁ ପାଇଥିଲେ ତାଙ୍କ ବାପା । ପୋଖରେ ଖୋଜାଖୋଜି କରିବା ପରେ ଶେଷରେ ଶ୍ରୀୟାଂଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା। ଦୁଇ ଭାଇଙ୍କୁ ସଙ୍ଗେ ସଙ୍ଗେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତିକରିଥିଲେ ପରିବାର ଲୋକ । ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.