Latest Odisha News

BREAKING NEWS

ସହିଦଙ୍କ ଲାଗି ସମସ୍ତ ଶିକ୍ଷାନୁଷ୍ଠାନରେ ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର : ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଘଟିଥିବା ବର୍ବରୋଚିତ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ୨ମିନିଟ୍ ନୀରବ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଦେଶମାତୃକା ପ୍ରତି ସେମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦିବା ୧୧ ଘଟିକା ସମୟରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ୨ମିନିଟ୍ ନୀରବ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଫେବୃଆରୀ ୧୪ ତାରିଖ ସନ୍ଧ୍ୟାରେ ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଘଟିଥିବା ଆତଙ୍କବାଦୀ ମାନେ ବର୍ବରୋଚିତ ଆତ୍ମଘାତୀ ଆକ୍ରମଣ ଘଟାଇଥିଲେ । ଏହି ଆକ୍ରମଣରେ ପାଖାପାଖି ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ୨ଜଣ ଓଡିଆ ଯବାନ ରହିଥିଲେ ।

Leave A Reply

Your email address will not be published.