Latest Odisha News

ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା କ୍ରିକେଟ ଦଳ ଘୋଷିତ: ଅମୀନ, ମୁସ୍ତାକ ନୂଆ ମୁହଁ

ଭୁବନେଶ୍ୱର: ଚୟନ କମିଟି ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ୧୬ ଜଣିଆ ଓଡିଶା କ୍ରିକେଟ ଦଳ ଘୋଷଣା କରିଛି । ଅଭିଷେକ ରାଉତଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଅମୀନ ଆଇ ଖାଁ ଓ ମୁସ୍ତାକ ବେଗ ଦୁଇ ନୂଆ ମୁହଁ ସୁଯୋଗ ପାଇଛନ୍ତି । ଓଡିଶା ଟିମ ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବା ପାଇଁ ମୁମ୍ବାଇ ଗସ୍ତରେ ଯିବ । ପ୍ରବୀଣ କୁମାର ଲୁହା ଓ ରାଜେଶ ଧୂପର ୨ ୱିକେଟକିପରଙ୍କ ସୁଯୋଗ ଦିଆଯାଇଛି । ମୁମ୍ବାଇ ଯିବା ପୂର୍ବରୁ ଓଡିଶା କଟକ ବାରବାଟୀ ଷ୍ଟାଡିୟମରେ ଝାଡଖଣ୍ଡ ସହ ଅଭ୍ୟାସ ମ୍ୟାଚ ଖେଳିବ । ଗ୍ରୁପ ଡିରେ ଓଡିଶା ସହ ବରୋଦା, ଜମ୍ମୁ ଏବଂ କଶ୍ମୀର, ମଧ୍ୟପ୍ରଦେଶ, ନାଗାଲାଣ୍ଡ, ପଞ୍ଜାବ ଓ ଉତରାଖଣ୍ଡ ରହିଛନ୍ତି । ନଭେମ୍ବର ୧୨ରେ ଉତରାଖଣ୍ଡ ବିପକ୍ଷରେ ଓଡିଶା ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ୧୩ରେ ନାଗାଲାଣ୍ଡକୁ, ୧୫ରେ ମଧ୍ୟପ୍ରଦେଶକୁ, ୧୭ରେ ବରୋଦାକୁ, ୧୯ରେ ଜମ୍ମୁ ଏବଂ କଶ୍ମୀରକୁ ଏବଂ ୨୧ରେ ପଂଜାବକୁ ଭେଟିବ ।

ଓଡିଶା ଦଳ: କାର୍ତିକ ବିଶ୍ୱାଳ, ତାରିଣୀ ସା, ଅଂଶୁମାନ ରଥ, ସୌରଭ କନୌଜିଆ, ଶାନ୍ତନୁ ମିଶ୍ର, ମୁସ୍ତାକ ବେଗ, ଶୁଭ୍ରାଂଶୁ ସେନାପତି, ପ୍ରୟାସ ସିଂ ଠାକୁର, ଅଭିଷେକ ରାଉତ (ଅଧିନାୟକ), ଦେବବ୍ରତ ପ୍ରଧାନ, ରାକେଶ ପଟ୍ଟନାୟକ, ପ୍ରବୀଣ କୁମାର ଲୁହା, ରାଜେଶ ଧୂପର, ଜୟନ୍ତ ବେହେରା, ରାଜେଶ ମହାନ୍ତି ଓ ଅମୀନ ଖାଁ ।

Leave A Reply

Your email address will not be published.