Latest Odisha News

BREAKING NEWS

‘ଟିମ୍ ଇଣ୍ଡିଆକୁ ହରାଇଲେ ଜିମ୍ବାଓ୍ୱେର ଯୁବକଙ୍କୁ ବିବାହ କରିବି’

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ ସେହର ସିନ୍ୱାରୀ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଯଦି ଜିମ୍ବାୱେ କ୍ରିକେଟ୍ ଟିମ୍ ଯଦି ଭାରତକୁ ପରାସ୍ତ କରିବ ତେବେ ସେ ଜିମ୍ବାୱେର ଜଣେ ଯୁବକଙ୍କୁ ବିବାହ କରିବେ। ଏହାପୂର୍ବରୁ ବୁଧବାର ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ମ୍ୟାଚ୍ ଖେଳାଯାଉଥିବା ବେଳେ ସେହର ସଚିନୱାରୀ କ୍ରମାଗତ ଭାବରେ ଟ୍ୱିଟ୍ କରି ବାଂଲାଦେଶର ବିଜୟ କାମନା କରିଥିଲେ। ହେଲେ ଏହି ପ୍ରାର୍ଥନା ତାଙ୍କର ସଫଳ ହୋଇପାରି ନାହିଁ।

ଆଜି ଦକ୍ଷିଣ ଆଫ୍ରିକାକୁ ପାକିସ୍ତାନ ଟି-୨୦ ବିଶ୍ୱକପରେ ହରାଇବା ପରେ ସେମି ଫାଇନାଲକୁ ଯିବା ଆଶା ସମ୍ଭାବନା ରହିଛି। କିନ୍ତୁ ଏଥିପାଇଁ ଭାରତ ଜିମ୍ବାଓ୍ୱେ ପାଖରୁ ହାରିବା ଦରକାର। ସେହିପରି ବାଂଲାଦେଶ ବିପକ୍ଷରେ ପାକିସ୍ତାନକୁ ବିଜୟ ହାସଲ କରିବାକୁ ପଡିବ

ଟିମ୍ ଇଣ୍ଡିଆ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟି ଜିତିଛି ଏବଂ ସେମିଫାଇନାଲକୁ ଯିବା ପ୍ରାୟ ନିଶ୍ଚିତ। ଭାରତକୁ କେବଳ ଦକ୍ଷିଣ ଆଫ୍ରିକାକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏବେ ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୬ରେ ଜିମ୍ବାୱେ ସହିତ ରହିଛି।

ଏହି ସମୟରେ ପାକିସ୍ତାନୀ ଅଭିନେତ୍ରୀ ସୋସିଆଲ ମିଡିଆରେ ଦେଇଥିବା ପ୍ରତିକ୍ରିୟା ଚହଳ ପକାଇଛି। ସେ ଏପରି ଏକ ଟୁଇଟ୍ କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି ଏବଂ ଇଣ୍ଟରନେଟରେ ସକ୍ରିୟ ରହୁଥିବା ବ୍ୟକ୍ତି ଏହା ଉପରେ ପ୍ରତିକ୍ରିୟା ନରଖି ବୋଧହୁଏ ରହିପାରୁ ନାହାନ୍ତି।

ସେହର ସଚିନୱାରୀଙ୍କ ଟ୍ୱିଟରେ ଆସୁଥିବା ପ୍ରତିକ୍ରିୟା ଅତ୍ୟନ୍ତ ମଜାଳିଆ ଢଙ୍ଗରେ ରହିଛି। କିଛି ଭାରତୀୟ ଟ୍ବିଟର ୟୁଜର ନିଜକୁ ଜିମ୍ବାୱେର ବୋଲି କହି ବିବାହ କରିବାକୁ ରାଜି ବୋଲି ଲେଖିଥିବା ଦେଖିବାକୁ ମିଳିଛି। ଆଉ କିଛି ଟ୍ବିଟର ୟୁଜର ଲେଖିଛନ୍ତି, ଯାହା ଆଶା କରୁଛନ୍ତି ତାହା କେବେ ହେବ ନାହିଁ।

ଜିମ୍ବାୱେ ଭଳି ଦଳ ଭାରତକୁ ପରାସ୍ତ କରିବା ସ୍ଥିତିରେ ନାହିଁ, କିନ୍ତୁ ସେହି ସମାନ ଜିମ୍ବାୱେ ଦଳ ପାକିସ୍ତାନକୁ ପରାସ୍ତ କରିଛି। ପାକିସ୍ତାନ ପ୍ରଥମେ ଟିମ୍ ଇଣ୍ଡିଆଠୁ ହାରିଥିଲା ଏବଂ ପରେ ଜିମ୍ବାୱେଠୁ ହାରିବା ପରେ ସେମିଫାଇନାଲକୁ ଯିବାର ଆଶା ମଉଳି ଯାଇଛି। ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଅବଶିଷ୍ଟ ସମସ୍ତ ମ୍ୟାଚ୍ ଜିତିଲେ ମଧ୍ୟ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡିବ। ମୋଟାମୋଟି ଭାବେ କୁହାଯାଇପାରେ ଯେ ଚଳିତ ବର୍ଷର ବିଶ୍ୱକପରୁ ପାକିସ୍ତାନର ଯାତ୍ରା ପ୍ରାୟ ଶେଷ ହୋଇଛି। କିନ୍ତୁ ସୋହର ସଚିନୱାରୀଙ୍କ ଟ୍ୱିଟ ନିଶ୍ଚିତ ଭାବେ ସୋସିଆଲ ମିଡିଆରେ ହିଟ୍ ହୋଇଛି।

Leave A Reply

Your email address will not be published.