Latest Odisha News

BREAKING NEWS

ରାୟଗଡା ଶିକରପାଇ ଗାଁରେ ଅଗ୍ନିକାଣ୍ଡ ଘଟଣା : ପରିବାରର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ୨ ମୃତ

ରାୟଗଡା  : ରାୟଗଡା କଲ୍ୟାଣସିଂହପୁର ଥାନା ଶିକରପାଇ ଗାଁରେ ବେକେରୀରେ ଅଗ୍ନିକାଣ୍ଡ ଘଟଣା । ଅଗ୍ନିକାଣ୍ଡ ପରେ ଗୋଟିଏ ପରିବାରର ୨ ଜଣ ସଦସ୍ୟଙ୍କ ଆଜି ମୃତ୍ୟୁ ହୋଇଯାଇଛି । ଆଉ ୩ ଜଣ ଗୁରୁତର ଅବସ୍ଥାରେ ମରଣ ସହ ସଂଗ୍ରାମ କରୁଛନ୍ତି । ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଗତକାଲି ସନ୍ଧ୍ୟା ସମୟରେ ଶିକରପାଇ ଗାଁର ଦୟାନିଧି ବେହେରାଙ୍କ ଘରେ ନିଆଁ ଲାଗି ଯାଇଥିଲା । ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ଗୁରୁତର  ଅବସ୍ଥାରେ ରାୟଗଡା ହିସ୍ପିଟାଲରେ ଭର୍ତି କରାଯାଇଥିଲା । ସମସ୍ତଙ୍କ ପ୍ରାୟ ୯୫ ପ୍ରତିଶତ ପୋଡି ଯାଇଥିଲେ ବୋଲି ଡାକ୍ତର କହିଥିଲେ ।

ତେବେ ସମସ୍ତଙ୍କୁ ବ୍ରହ୍ମପୁର ଡାକ୍ତରଖାନା ନିଆଯାଇଥିଲା । ବ୍ରହ୍ମପୁର ଡାକ୍ତରଖାନା ନେବା ବାଟରେ ଘରର ମୁଖିଆ ଦୟାନିଧି ବେହେରା ଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ମଝିଆ ପୁଅ ଅନୀଲ ବେହେରା ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସାନପୁଅ ଶ୍ରୀକାନ୍ତ ବେହେରା ଓ ବୋହୁ ସ୍ୱପ୍ନା ବେହେରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ । ପାରିବାରିକ ଝଗଡାରୁ ଏପରି ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.