Latest Odisha News

ଦିନକ ପରେ ରଙ୍ଗର ପର୍ବ ହୋଲି , ଚାରିଆଡେ ଉତ୍ସବର ମାହୋଲ

ଭୁବନେଶ୍ୱର : ଦିନକ ପରେ ହୋଲି ।ଏନେଇ ଉତ୍ସବ ମୁଖର ରାଜଧାନୀ । ଚାରିଆଡେ ଉତ୍ସବର ମାହୋଲ । କେମିତି ରାତି ପାହିବ ଆଉ ହୋଲି ଖେଳ ହେବ। ଏନେଇ ଚାଲିଛି ଜୋରସୋରରେ ପ୍ରସ୍ତୁତି । ମହାମାରୀ କରୋନା ହୋଲି ଖେଳକୁ ଫିକା ପକାଇଦେଇଥିଲା । ହେଲେ ଚଳିତ ଥର ସଂକ୍ରମଣ ହ୍ରାସ ପାଇଛିା ତେଣୁ ଭଲକରି ହୋଲିଖେଳ ହେବ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଯାଇଛନ୍ତି ଲୋକମାନେ । ଏନେଇ ଦୋକାନ ବଜାର ସବୁଠି ମେଲି ଗଲାଣି ରଙ୍ଗର ପସରା । ଆଜି ପବିତ୍ର ଦୋଳପୂର୍ଣ୍ଣିମା ।

BjdElectrycity

ଶନିବାର ହୋଲି ଉତ୍ସବ ପାଳନ ହେବ । ଘରେ ଘରେ ଛୋଟଠୁ ବଡ ଯାଏଁ ସମସ୍ତେ ଖେଳିବେ ହୋଲି । ଏହି ହୋଲି ଏକ ସାଧାରଣ ରଙ୍ଗ ନୁହେଁ ବରଂ ପରସ୍ପରକୁ ଭଲ ପାଇବା ସହ ସ୍ନେହ ଆଦରରେ ବାନ୍ଧିବାର ପ୍ରତିକ ଅଟେ । ରଙ୍ଗ ବଜାରରେ ମଧ୍ୟ ଅବିର କିଣିବା ପାଇଁ ଲୋକଙ୍କ ଭିଡ ଜମୁଛି । ବଜାରରେ ଭଳିକି ଭଳି ପିଚକାରୀ ମଧ୍ୟ ମିଳୁଛି । ଗ୍ରାହକ ମାନେ ଆସି ବଜାରରୁ ନିଜ ପସନ୍ଦର ଅବିର ସହ ପିଚକାରୀ କିଣି ନେଇଯାଉଛନ୍ତି । ହେଲେ ଚଳିତ ଥର ଭଲ ବିକ୍ରି ହେଉଛି ବୋଲି ରାଜଧାନୀର ବ୍ୟବସାୟୀ ମାନେ କହିଛନ୍ତି ।

Leave A Reply

Your email address will not be published.